ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
ଜୟପୁର : ଜୟପୁର ନଗର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅରବିନ୍ଦ ନଗର ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ ହୋଇଯାଇଛି । ସଂଘର ଛଅ ଗୋଟି ବିଶେଷ ଉତ୍ସବ ମଧ୍ୟରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ମଧ୍ୟ ଏକ ଅନ୍ୟତମ ଦିବସ । ଆଜି ଦିନରେ ୩୫୧ ବର୍ଷ ପୂର୍ବେ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟ ଅଭିଷେକ ହୋଇଥିଲା ଏବଂ ଏହି ଦିନକୁ ଅଖଣ୍ଡ ଭାରତକୁ ହିନ୍ଦୁ ସାମ୍ରାଜ୍ୟ ଘୋଷଣା କରାଯାଇଥିଲା । ଏହି ଦିବସଟିକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତିଷ୍ଠା ହେବା ଦିନ ଠାରୁ ହିନ୍ଦୁମାନଙ୍କୁ ସହ ଏହି ଦିବସକୁ ହିନ୍ଦୁ ସାମ୍ରାଜ୍ୟ ଦିବସ ଭାବେ ପାଳନ କରିଆସୁଛି । ଜୟପୁର ନଗର କାର୍ଯ୍ୟବାହ ଡ.ମନରଞ୍ଜନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ହିନ୍ଦୁ ସାମ୍ରାଜ୍ୟ ଦିବସର ପ୍ରେରଣା ଦାୟକ ଛତ୍ରପତି ଶ୍ରୀ ଶିବାଜୀ ମହାରାଜଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଦେବାପରେ ସାମୂହିକ ଗୀତ ପରେ ଧ୍ୱଜା ରୋପଣ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜୟପୁର ବନ ଖଣ୍ଡୀୟ ଅଧିକାରୀ ପ୍ରତାପ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ରାଜେନ୍ଦ୍ର କୁମାର, ପ୍ରେମାନନ୍ଦ ନାୟକ ପ୍ରମୁଖ ମଞ୍ଚାସୀନ ରହି ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ ସମ୍ପର୍କରେ ମାର୍ଗଦର୍ଶନ କରାଇଥିଲେ ।