ଟାଟାଷ୍ଟିଲରେ ଜରୁରୀକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
କଳିଙ୍ଗନଗର : ଭାରତ ସରକାରଙ୍କ ଗୃହମନ୍ତ୍ର ଣାଳୟର ଜାତୀୟ ବିପର୍ଯ୍ୟୟ ମୁକାବିଲାବଳ ସହଯୋଗରେ ଟାଟାଷ୍ଟିଲ କଳିଙ୍ଗନଗରର ସୁରକ୍ଷା ବିଭାଗ ପକ୍ଷରୁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣଉପରେ ୬ଦିନିଆ ଜରୁରୀକାଳୀନ ପ୍ରଶମନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତହୋଇଯାଇଛି । ପ୍ରଶିକ୍ଷକ ସୃଷ୍ଟିକରିବା ପାଇଁ ଆରମ୍ଭ ହୋଇଥିବାଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ସୁରକ୍ଷା ମୁଖ୍ୟ ଆରଏସ୍ମିଶ୍ର ଓ ଡେପୁଟିକମାଣ୍ଡାଣ୍ଟ ତୃତୀୟ ବାଟାଲିୟନ ଏନଡିଆରଏଫ, ମୁଣ୍ଡୁଳି, କଟକଧନଞ୍ଜୟ କୁମାରଙ୍କ ଉପସ୍ଥିତିରେ ଟିଏସକେର ଇଲେକ୍ଟ୍ରିକାଲ ରକ୍ଷଣା ବେକ୍ଷଣ ମୁଖ୍ୟ ଅଜିତକର ଉଦଘାଟନ କରିଥିଲେ । ଧନଞ୍ଜୟ କୁମାର ଏନଡିଆରଏଫ ପ୍ରଶିକ୍ଷକ ଦଳର ନେତୃତ୍ୱ ନେଇଥିଲେ । ଟିଏସକେ ଏବଂ ଟିଏସଏମରସୁରକ୍ଷା ମୁଖ୍ୟ ପ୍ରକାଶ ସଞ୍ଜୟ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଥିବା ବେଳେ ଟିଏସକେର ସୁରକ୍ଷା ମୁଖ୍ୟ ମୁକୁଲ କୁମାରଙ୍କ ସହ ସୁରକ୍ଷା ବିଭାଗର ଅନ୍ୟ ଟିମସଦସ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଦଳ ଥିଲେ ।