ଭାଲୁ କାମୁଡାରେ ଜଣେ ଗୁରତର
ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ବ୍ଲକ ଗାଦବାକୋତ୍ରା ପଞ୍ଚାୟତ ସ୍ୱାତିପଦର ଗ୍ରାମର ଅର୍ଜୁନ ଜାନୀ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଅର୍ଜୁନ ସକାଳେ କୌଣସି କାମରେ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ । ସେଠାରେ ଭାଲୁ ସହିତ ମୁହାଁମୁହିଁ ହୋଇ ଭାଲୁ ତାଙ୍କ ମୁହଁକୁ ଆକ୍ରମଣ କରିଥିଲା । କୌଶଳ କ୍ରମେ ସେଠାରୁ ଖସି ଘରକୁ ଆସିଥିଲେ । ପରିବାର ଲୋକ ପ୍ରାଥମିକ ଚିକିତ୍ସା ପାଇଁ ମୈଦଲପୁର ମେଡିକାଲ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିସôାଳୟରେ ସ୍ଥାନାନ୍ତରିତ କରିଥିବା ଜଣାପଡ଼ିଛି ।