ହୃଦଘାତରେ ପରଲୋକ


ାାପ୍ରଭାନୁ୍ୟଜ୍ାାଦଶରଥପୁର,୧୯ା୩: ଏହି ବ୍ଲକ୍ କଟିକଟା ଗାନ୍ଧୀସ୍ମୃତି ଉଚ୍ଚ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନରହରି କର(୮୦)ଙ୍କ ହୃଦଘାତରେ ପରଲୋକ ଘଟିଛି । ଗତକାଲି କରଙ୍କ ହଠାତ୍ ହୃଦ୍ଘାତ ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ନେଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟଘଟିଛି । ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କ ମହଲରେ ଖୁବ୍ ଆଦ୍ରୁତ ଥିବାବେଳେ ଶିକ୍ଷକତା ସହିତ ଜଣେ ଉଚ୍ଚ କୋଟୀର କଳାକାର ଭାବେ ସମଗ୍ର ଅଂଚଳରେ ପରିଚିତ ଥିଲେ । ଗାନ୍ଧୀସ୍ମୃତି ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠାତା ଭାବେ ଉକ୍ତ ବିଦ୍ୟାଳୟକୁ ସ୍ଥାପନ କରିବା ସହ ସେଠାରେ ଶିକ୍ଷକତା କରି ୨୦୦୫ ମସିହାରେ ଶିକ୍ଷକ ଜୀବନରୁ ଅବସର ନେବାପରେ ବିଭିନ୍ନ ସମାଜସେବାରେ ନିୟୋଜିତ ଥିଲେ । ନିଜବାଡ଼ି ଶ୍ମଶାନରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ହୋଇଥିବାବେଳେ ବଡ଼ପୁଅ ମୁଖାଗ୍ନି ଦେଇଛନ୍ତି । ତାଙ୍କ ମୃତୁ୍ୟରେ ଅବସରପ୍ରାପ୍ତ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାହୁ, ବିଜେପି ନେତା ମନୋଜ କୁମାର ପରିଡ଼ା, ଜ୍ୟୋତିରଞ୍ଜନ ପଣ୍ଡା, ଗୋପାଳ ସନ୍ତୋଷ କର, ପ୍ରଦୀପ୍ତ କୁମାର ପରିଡ଼ା, ହିମାଂଶୁ ସାମଲ, ବିଦ୍ୟାଧର ତରାଇ, ସୁରେଶ ପଣ୍ଡା, ପ୍ରଭାସ ସାହୁ, ଦେବାଶିଷ କର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।