ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ଗୁଣୁପୁର : ରାମନାଗୁଡା ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିଦେ୍ର୍ଦଶରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ କୁମାର, ଗୁଣପୁର ଉପଜିଲ୍ଲାପାଳ କିରନଦୀପ କୌର ସହତା, ଗୁଣପୁର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ସିଡିଏମଓ ପ୍ରଫୁଲ୍ଲ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ ଅଭିଯୋଗର ଶୁଣାଣି କରିଥିଲେ । ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ମୋଟ ୨୩ଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ସେଥିରୁ ୧୬ଟି ବ୍ୟକ୍ତିଗତ, ୦୬ଟି ସାମୂହିକ, ଗୋଟିଏ ସ୍ୱାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଏହି ଅଭିଯୋଗ ଶିବିରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକସôା ଅଧିକାରୀ ଡାକ୍ତର ଦେବରାଜ ନାୟକ, ଜଳ ବିଭାଜିକା ମିଶନର ପ୍ରକଳ୍ପ ର୍ନିେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବଶଙ୍କର ଚୌଧୁରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅମୂଲ୍ୟ ଚିନ୍ନାର, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ତହସିଲଦାର, ରାମନଗୁଡା ପ୍ରାଣ କୃଷ୍ଣ ପାଣିଗ୍ରାହୀ ଅନ୍ୟାନ୍ୟ ଅଧିକାରୀ ଆଦି ଯୋଗଦାନ କରି ଅଭିଯୋଗମାନ ଶୁଣାଣି କରିଥିଲେ । ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣି ସହାୟକ ଅଚୁ୍ୟତାନନ୍ଦ ଲିମା ଶିବିର ପରିଚାଳନା କରିଥିଲେ ।