ୟୁଜି ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦ୍ୟାପିତ

 ଦଶରଥପୁର : ଉକ୍ରଳ ଗୌରବ ସରକାରୀ ଉଚ୍ଚ ବିଦ୍ୟାଳୟ ଦକ୍ଷିଣବନ୍ଧର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ୟାପିତ ହୋଇଛି । ପୁରାତନ ଛାତ୍ର ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ ମଣିଷ ହୋଇ ନିଜ ଅଂଚଳ ତଥା ଦେଶର ସୁନାମ ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥିଭାବେ ପ୍ରାକ୍ତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ରାଜ୍ୟ ମହିଳା ସାଂସ୍କୃତିକ ସଙ୍ଗଠନର ସଭାନେତ୍ରୀ ସ୍ୱୟଂପ୍ରଭା ନାୟକ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ଏସ୍ୟୁସିଆଇ ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ସମ୍ମାନୀତ ଅତିଥିଭାବେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ, କନକଲତା ମଲ୍ଲିକ, ଦେବେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ବିକଶିତ ଭାରତ ଗଠନରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଛାତ୍ରସଂସଦ ସମ୍ପାଦକ ଅଜୟ କୁମାର ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ଅଧ୍ୟାପକ ଲକ୍ଷ୍ମୀଧର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଭ୍ୟ ମହେଶ୍ୱର ଜେନା, ଭାଗିରଥି ଜେନାଙ୍କ ସହ ସୁବର୍ଣ୍ଣ ଜୟନ୍ତୀ କମିଟିର ସମସ୍ତ ପଦାଧିକାରୀ, ସଭ୍ୟସଭ୍ୟା ଓ ଗ୍ରାମବାସୀଙ୍କ ସହଯୋଗରେ ୩ ଦିନ ଧରି ଚାଲିଥିବା ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶେଷ ହୋଇଥିଲା । ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଟକ ମଂଚସ୍ଥ କରାଯାଇଥିଲା ।