ବ୍ୟାସ ମହୋସବ ପାଇଁ ପୌର ପାରିତ ରିଜୋଲେସନ ବଦଳିଲା : ଅଧ୍ୟକ୍ଷାଙ୍କ ଏକଛତ୍ରବାଦ ବିରୁଦ୍ଧରେ ପାରିଷଦଙ୍କ ଧାରଣା ଚେତାବନୀ
ବ୍ୟାସନଗର: ଚଳିତ ମାସ ୮ତାରିଖରୁ ଆରମ୍ଭ ହେବ ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମହୋସôବ । ବ୍ୟାସନଗର ପୈାରପାଳିକା ଆୟୋଜିତ ମହୋସôବକୁ ନେଇ କିନ୍ତୁ ଆରମ୍ଭ ହୋଇଯାଇଛି କେଁ କଟର । କେଁ କଟର ପୈାରାଧ୍ୟକ୍ଷା ଏବଂ ପୈାର ପାରିଷଦଙ୍କ ମଧ୍ୟରେ ପାରିତ ରିଜୋଲେସନକୁ ନେଇ ହୋଇଛି । ବହୁଲକ୍ଷ ଟଙ୍କା ବିନିଯୋଗରେ ହେବାକୁ ଥିବା ମହୋସôବକୁ ସରସ ସୁନ୍ଦର, ଆକର୍ଷଣୀୟ ଏବଂ ନିର୍ବିବିଦୀୟ କରିବାକୁ ଜାନୁଆରୀ ମାସ ୩ତାରିଖରେ କାଉନସିଲ ବୈଠକ ହୋଇଥିଲା । ବୈଠକରେ ଅତିଥି ଚୟନକୁ ନେଇ ପାରିଷଦଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ପାରିତ ହୋଇଥିଲା । ହେଲେ ବୈଠକରେ ପାରିତ ପ୍ରସ୍ତାବ ବଦଳିଗଲା । ଏକଥା ପାରିଷଦ ଗଣ ଜାଣିବା ପରେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ତିବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏକଛତ୍ରବାଦ ବିରୁଦ୍ଧରେ ପୈାରାଧ୍ୟକ୍ଷା, ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନି ଦେଇଛନ୍ତି । ୨୬ପାରିଷଦଙ୍କ ମଧ୍ୟରୁ ୨୩ ପାରିଷଦ ନିର୍ବାହୀ ଅଧିକାରୀ ନମ୍ରଦା ମୋଦିଙ୍କୁ ଲିଖିତ ଭାବେ ଜଣାଇଛନ୍ତି କି ଯଦି ଗୁରୁବାର ସୁଦ୍ଧା କାଉନସିଲ ବୈଠକରେ ପାରିତ ମତେ ଅତିଥି ଚୟନକୁ ଗୁରୁତ୍ୱ ଦିଆନଯାଏ, ତେବେ ଧାରଣାରେ ବସିବୁ ବୋଲି ଚେତାବନି ଦେଇଛନ୍ତି । ଏହା ସହ ପାରିଷଦ ଜରୁରୀ କାଉସିଲ ବୈଠକ ଡ଼ାକିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ନିର୍ବାହୀ ଅଧିକାରୀ ପାରିଷଦଙ୍କ ପକ୍ଷରୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିବା କଥାକୁ ସ୍ୱିକାର କରିଥିବା ବେଳେ ବୈଠକ ଡ଼ାକିବା କଥାକୁ ଏଡ଼ାଇ ଯାଇଥିଲେ । ଅତଏବ ବ୍ୟାସ ମହୋସôବକୁ ନେଇ ଅଧ୍ୟକ୍ଷା-ପାରିଷଦଙ୍କ ମଧ୍ୟରେ କେଁ କଟର ତିବ୍ର ହେବାକୁ ଯାଉଛି । ପାରିଷଦଙ୍କ କହିବା କଥା ହେଲା, ଗତମାସ ୩ତାରିଖରେ କାଉନସିଲ ବୈଠକରେ ସର୍ବସମ୍ମତି କ୍ରମେ ୧୦ଦିନ ଧରି ହେବାକୁ ଥିବା ମହୋସôବ ଅତିଥି ଚୟନ ତାଲିକା ପାରିତ ହୋଇଥିଲା । ଉଦ୍ଘାଟନ ଦିବସରୁ ଆରମ୍ଭ କରି ଉଦ୍ୟାପନୀ ଉସôବରେ ବର୍ତମାନର କୋରେଇ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲାର ବିଧାୟକ, ବର୍ତମାନର ସାଂସଦ, ରାଜ୍ୟସଭା ସାଂସଦ, ଜିଲାର ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ପୈାରାଧ୍ୟକ୍ଷ, ବ୍ୟାସନଗର ବିଶିଷ୍ଟ ବ୍ୟକ୍ତି, ଜିଲାପାଳ, ଏସପିଙ୍କୁ ଅତିଥି କରିବାର ପ୍ରସ୍ତାବ ରଖିଥିଲେ, ଏବଂ ତାହା ବୈଠକରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । କିନ୍ତୁ ମହୋସôବକୁ ମାତ୍ର ଆଉ ୪ଟାଦିନ ଥିବା ବେଳେ କାହାକୁ ଅତିଥି କରାଗଲା,ତାହା ସେମାନଙ୍କୁ ଅନ୍ଧାରରେ ରଖାଗଲା । ଅତିଥି ସଂପର୍କରେ ଜାଣିବାକୁ ଚାହିଁବାରେ ଅଧ୍ୟକ୍ଷା ହୁଅନ୍ତୁ କି ବଡ଼ବାବୁ ଧରାଛୁଅାଁ ଦେଲେନି । ନିର୍ବାହୀ ଅଧିକାରୀ ସଦ୍ୟ ଯୋଗ ଦେଇଥିବାରୁ ଅତିଥି ସଂପର୍କରେ ଅବଗତ ନଥିବା କହିଥିଲେ । ତେବେ ପାରିଷଦ ଜିଦଧରି ବସିବା ପରେ ପୈାର କାର୍ଯ୍ୟାଳୟ ପକ୍ଷରୁ ଅତିଥିଙ୍କ ନିମନ୍ତ୍ରଣ ଚିଠିର ତାଲିକା ପ୍ରଦାନ କରାଯାଇଥିଲା । ଯେଉଁ ତାଲିକାରେ ବୈଠକରେ ପାରିତ ଅତିଥି ତାଲିକାକୁ ହାଇଜାକ କରାଯାଇ ମନଇଛାରେ ଅତିଥି ଚୟନ କରାଯାଇଥିବା ଦେଖିବାକୁ ପାଇଥିଲେ । କାଉନସିଲ ବୈଠକରେ ପାରିତ ରିଜୋଲେସନକୁ ହାଇଜାକ କରାଯାଇଥିବା ଜାଣିବା ପରେ ଉପାଧ୍ୟକ୍ଷଙ୍କ ସହ ୨୨ପାରିଷଦ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ଦେବାକୁ ଚେତାବନି ଦେବା ପରେ ବ୍ୟାସ ମହୋସôବ ଆରମ୍ଭ ପୂର୍ବରୁ ଅଡ଼ୁଆ ସୂତାରେ ଛନ୍ଦି ହେବାକୁ ଯାଉଥିବା ଜଣାପଡ଼ିଯାଉଛି ।