ଯୋଡିହେଲା ପରିବାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ପରିବାର ଅଦାଲତରେ ଚାଲିଥିବା ଏକ ମାମଲାର ସମାଧାନ ପାଇଁ ମାନ୍ୟବର ବିଚାରପତି ବିକାଶ ଚନ୍ଦ୍ର ଦେଙ୍କ ଉତ୍ତମ ପରାମର୍ଶ ସଫଳ ହୋଇଛି । ମିଳିଥିବା ସୂଚନା ଅନୁଯାଇ ଆଳି ଥାନା ଅନ୍ତର୍ଗତ କୋଡ ମରେଇ ଗ୍ରାମର ସିଦ୍ଧାର୍ଥ ମହାନ୍ତି ୨୦୨୨ ମସିହାରେ ଯାଜପୁର ଜିଲ୍ଲା ନିବାସୀ ସ୍ୱର୍ଗତ ଶ୍ରୀନିବାସ ମହାନ୍ତିଙ୍କ କନ୍ୟା ତେଜସ୍ୱିନୀ ମହାନ୍ତିଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ତେଜସ୍ୱିନୀ ବାପଘର କୁ ଯାଇ ରହୁଥିଲେ । ଏନେଇ ସିଦ୍ଧାର୍ଥ ସ୍ତ୍ରୀକୁ ଫେରାଇ ନେବାପାଇଁ ପରିବାର ଅଦାଲତରେ ଏକ ମାମଲା ରୁଜୁ କରିଥିଲେ । ମାନ୍ୟବର ବିଚାରପତି ଉଭୟ ସ୍ୱାମୀ ସ୍ତ୍ରୀକୁ ବୁଝାସୁଝା କରାଇ ପୁନର୍ବାର ତାଙ୍କ ଘରକୁ ପଠାଇଛନ୍ତି । ଆଇନଜୀବି ବିଚିତ୍ର କୁମାର ସାହୁ ମାମଲା ପରିଚାଳନା କରିବା ସହିତ ସମାଧାନରେ ସହଯୋଗ କରିଥିଲେ ।