ବିଜେଡିର ବିଜୟ ସଂକଳ୍ପ ସମାବେଶ

 ବିଞ୍ଝାରପୁର : ବିଞ୍ଝାରପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ପ୍ରମିଳା ମଲିକ ବିଜୟ ସଂକଳ୍ପ ସମାବେଶ ସାମିଲ ହେବାରେ ଲାଗିଛନ୍ତି । କୁରବାନୀ ମହଲା ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସଭାରେ ଲାୟକ ଅଲୀ ଖାନା ସଭାପତିତ୍ୱ କରୁଥିବା ବେଳେ ବିଞ୍ଝାରପୁର ପଞ୍ଚାୟତ ସମିତିର ଉପାଧ୍ୟାକ୍ଷ ସେକ ଏରସାଦ, ସୟଦପୁର ପଞ୍ଚାୟତର ସରପଞ୍ଚ ଏମଡି ସବୀର, ମୋଜାଇଦେ ଅଲ୍ଲୀ ଖାଁ, ଫରିଦ୍ ଜମା ଖାଁ, ସେକ୍ ନସିମ୍ ଅଖତର, ୟାହିଦ୍ ଅଲ୍ଲୀ ଖାଁ ସମେତ ବିଞ୍ଝାରପୁର ଓ ସୟଦପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ସହ ପ୍ରମିଳା ମଲ୍ଲିକଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ସଂକଳ୍ପ ନେଇଥିଲେ ବିଜୁ ଜନତା ଦଳର କର୍ମୀ । ଅନ୍ୟପକ୍ଷରେ ବିଞ୍ଝାରପୁର ବଜାରରେ ବିଜୁ ଜନତା ଦଳ ବ୍ଲକ ଉପସଭାପତି ସୁଖରଂଜନ ପରିଡାଙ୍କ ତତ୍ୱାବଧାନରେ ବିଜୁ ଜନତା ଦଳ ଏକ ଅସ୍ଥାୟୀ କାର୍ଯ୍ୟଳୟ ଉଦଘାଟନ କରିଥିଲେ ପ୍ରମିଳା ମଲ୍ଲିକ । କାର୍ଯ୍ୟାଳୟ ଉଦ୍ଘାଟନରେ ସୟିଦପୁର ପଞ୍ଚାୟତ ନାଏବ ସରପଞ୍ଚ ପ୍ରଦୀପ ଦାସ, ବ୍ଲକ ବିଜେଡି କମିଟି ସହ-ସଂଯୋଜକ ରମେଶ ସିଂ, ପ୍ରଶାନ୍ତ ପରିଡା, ନରେନ୍ ବିନ୍ଧାଣୀ, ପ୍ରତାପ ବେହେରା, ରାମଚନ୍ଦ୍ର ବେହେରା , ଲକ୍ଷ୍ମୀଧର ବିନ୍ଧାଣୀ, ଅରୁଣ କୁମାର ସାହୁ, ହିଂମାଶୁ ବିନ୍ଧାଣୀ, ସୁଶାନ୍ତ ବିନ୍ଧାଣୀ ପ୍ରମୁଖ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।