ପୂର୍ବ ଶତ୍ରୁତାରୁ ଆକ୍ରମଣ ଜଣେ ଗୁରୁତର 

 ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆନନ୍ଦପୁର ଥାନା ଅଧିନ କଞ୍ଚôପାଳ ଗ୍ରାମର ଖିଲାର ସାହିରେ ଏଭଳି ଘଟିଛି । ସୂଚନା ଅନୁଯାୟୀ ସେହି ସାହିର ବିଜୁ ପରିଡା ଆଜି ସକାଳୁ ନିଜର ଖାସି ବିକ୍ରି କରିବା ପାଇଁ ଘରୁ ବାହାରୁଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପଡୋଶୀ ହଠାତ ଏକ ଭୁଜାଲିରେ ବିଜୁ ପରିଡାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ସମୟରେ ବିଜୁଙ୍କ ଶାଶୁ ପ୍ରମିଳା ପଲେଇ ବିଜୁ ପରିଡାଙ୍କୁ ରକ୍ଷା କରିବାକୁ ଯାଇ ଆହତ ହୋଇଛନ୍ତି । ପରେ ବିଜୁ ଏବଂ ପ୍ରମିଳାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ବିଜୁଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତର କଟକ ସ୍ଥାନାନ୍ତରିତ କରାଯାଇଥିବା ବେଳେ, ଆହତ ଶାଶୁ ପ୍ରମିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।