୧୦ ଫୁଟିଆ ଅଜଗର ଉଦ୍ଧାର
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ବଡ଼ପୋଲ ୩୫୩ ନମ୍ବର ଜାତୀୟ ରାଜପଥ ପରିସରରେ ଘର କରି ବସବାସ କରୁଛନ୍ତି ଉମାକାନ୍ତ ରାଉତରାୟ । ରବିବାର ତାଙ୍କ ଘରକୁ ଲାଗି ଜମିରେ ଏକ ୧୦ ଫୁଟିଆ ଅଜଗର ସାପ ବାହାରିଥିଲା । ୩୫୩ ନମ୍ବର ଜାତୀୟ ରାଜପଥରେ ଘର ଥିବାରୁ ଏହି ଅଜଗର ସାପକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ଜନ ସମାଗମ ହୋଇଥିଲା । ପରେ ଖଡ଼ିଆଳ ବନ ବିଭାଗଙ୍କୁ ଏବିଷୟରେ ସୂଚନା ଦେଲା ପରେ ବନ ବିଭାଗର ସାପ ଉଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଧାର କରିଥିଲେ ଓ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ସୂଚନା ଥାଉକି ଏହି ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ବିଭିନ୍ନ ସମୟରେ ନାଗ ସାପ, ଅଜଗର ସାପ, ଧମନା ସାପ ,କଲେଜ ସାପ, ବୁଢ଼ାରଣା ସାପ ଇତ୍ୟାଦି ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଏ ଅଞ୍ଚଳରେ ସାପ କାମୁଡାରେ ଶତାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଯିବାର ନଜିର ରହୁଛି । ବନ ବିଭାଗ ସାପ କାମୁଡାରୁ ସୁରକ୍ଷା ପାଇଁ ସଚେତନ କରିବାର ଆବଶ୍ୟକତା ଉପରେ ଜୋର ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।