୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


 ଭୁବନେଶ୍ୱର : ତାତିରେ ଲାଗୁନାହିଁ ବ୍ରେକ  । ସ୍ଥାନେ ସ୍ଥାନେ କାଳବୈଶାଖୀ ହୋଇଥିଲେବି ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ ଉପରେ ରହିଛି  । ସେପଟେ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଅର୍ଥାତ ସେହିସବୁ ଜିଲ୍ଲାରେ ଗ୍ରୀଷ୍ମଲହର ଅନୁଭୂତ ହେବ  । ଏସବୁ ଭିତରେ ୧୯ ଜିଲ୍ଲାରେ କାଳବୈଶାଖୀର ବି ଆଶଙ୍କା ରହିଛି  ।
ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ନୂଆପଡ଼ା, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନୟାଗଡ଼ରେ ହିଟୱେଭ ପରିଲକ୍ଷିତ ହେବ  । ସେହିପରି କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ରହିଛି  । ତେଣୁ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ କାଳବୈଶାଖୀ ଯୋଗୁଁ ଝଡ଼ବତାସର ଆଶଙ୍କା ରହିଛି  ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାରିପଦା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି  । ଏହାର ତାପମାତ୍ରା ୪୪.୬ ଡିଗ୍ରୀ ରହିଛି  । ୯ ସହରର ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରହିଥିବାବେଳେ ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ବା ତଦ୍ଦୁଦ୍ଧ୍ୱର୍ ରହିଛି  । ବାରିପଦାର ତାପମାତ୍ରା ୪୪.୬, ନୂଆପଡ଼ାର ୪୪, ତାଳଚେରର ୪୩.୮, ଝାରସୁଗୁଡ଼ାର ୪୩.୬, କେନ୍ଦୁଝରର ୪୩.୬, ଅନୁଗୁଳର ୪୩.୩, ବଲାଙ୍ଗୀରର ୪୩.୨, ସୁନ୍ଦରଗଡ଼ର ୪୩, ବୌଦ୍ଧର ତାପମାତ୍ରା ୪୩ ଡିଗ୍ରୀ ରହିଛି  ।
ସେହିପରି ଢେଙ୍କାନାଳର ତାପମାତ୍ରା ୪୨.୯, ଟିଟିଲାଗଡ଼ର ୪୨.୫, ରାଉରକେଲାର ୪୨.୧, ଭବାନୀପାଟଣା ଓ ନୟାଗଡ଼ର ତାପମାତ୍ରା ୪୨ ଡିଗ୍ରୀ ରହିଛି  । ସେହିପରି ଚାନ୍ଦବାଲିର ୪୧.୯, ହୀରାକୁଦର ୪୧.୯, ଭଦ୍ରକର ୪୧.୮, ସମ୍ବଲପୁର ଓ ମାଲକାନାଗିରିର ୪୧.୭, ମାଲକାନାଗିରିରେ ୪୧.୭, କଟକର ୪୧.୬, ଭୁବନେଶ୍ୱରର ୪୧.୬, ପାରଳାଖେମୁଣ୍ଡି ଓ ଯାଜପୁରରେ ୪୧, ଫୁଲବାଣୀ, ସୋନପୁର, ବରଗଡ଼ ଓ କେନ୍ଦ୍ରାପଡ଼ାର ତାପମାତ୍ରା ୪୦.୮ ଅଛି  । ଖୋର୍ଦ୍ଧାର ତାପମାତ୍ରା ୪୦.୫ ଥିବାବେଳେ ଜଗତସିଂହପୁରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ଼ କରାଯାଇଛି  ।