ବଳ ଗୋଟାଉଛନ୍ତି ଆକାଶ , ପ୍ରଚାର ସାଙ୍ଗକୁ ବୈଠକ
ଯାଜପୁର-ବ୍ୟାସନଗର: ଶଙ୍ଖ ଛାଡ଼ି ପଦ୍ମଧରିବା ପରଠୁ କୋରେଇରେ ବିଜେପି ବାନା ଉଡ଼ାଇବାକୁ ସଂକଳ୍ପ ନେଇଥିବା ଆକାଶ ଦାସନାୟକ ପ୍ରତିଦିନ ବଳ ଗୋଟାଇବାରେ ଲାଗିଛନ୍ତି । ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଭରସା କରି ପ୍ରାର୍ଥୀ ଘୋଷଣା କରିବା ପରେ ଭରସାକୁ ବାସ୍ତବରେ ପରିଣତ କରିବାକୁ ପୁରାଦମରେ ଲଗିପଡ଼ିଛନ୍ତି । କେତେ ବେଳେ ପ୍ରଚାର ତ କେତେ ବେଳେ କର୍ମୀ ବୈଠକ ଏବଂ କେତେ ବେଳେ ମିଶ୍ରଣ ପର୍ବ କରି ପ୍ରତିପକ୍ଷଙ୍କୁ ଜବାବ ଦେବାକୁ ପାଗ ଭିଡ଼ୁଛନ୍ତି । ପ୍ରାକ୍ତନ କୋରେଇ ବିଧାୟକ ଆକାଶ ଦାସନାୟକ ନିଜ ସମର୍ଥକଙ୍କୁ ଏକାଠି ରହିବାର ଗୁରୁମନ୍ତ୍ର ଦେବା ସହ ବିଜେଡ଼ିର ବରିଷ୍ଟ ଏବଂ ପୁରୁଖା ନେତାଙ୍କୁ ନିଜ ପକ୍ଷକୁ ଆଣିବାରେ ଲାଗିଛନ୍ତି । ବିଜେଡ଼ିରୁ ବିଜେପିକୁ ଆସି ଦଳର ବିଶ୍ୱାସ ଜିତିବା ପରେ ନିରାଶ ଆଶାୟୀଙ୍କୁ ଦଳଟ୍ରାକକୁ ଫେରାଇ ଆଣିବା ପ୍ରୟାସରେ ରହିଛନ୍ତି । ବିଜେପି ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ସମର୍ଥନ ହାସଲ କ୍ଷେତ୍ରରେ ପ୍ରାକ୍ତନ ବିଧାୟିକା ସଂଚିତା ମହାନ୍ତି ସହଯୋଗର ହାତ ବଢାଇଛନ୍ତି । ଏହିକ୍ରମେ ଦେଖିବାକୁ ଗଲେ ଶନିବାର ବିଜେପିର ସାଂଗଠନିକ ବୈଠକରେ ଉଭୟ ସଞ୍ଚିତା ଓ ଆକାଶ ଉପସ୍ଥିତ ହୋଇ ନିର୍ବାଚନ ସମ୍ଭନ୍ଧରେ ଦୀର୍ଘ ଆଲୋଚନା କରିଥିଲେ । ବ୍ୟାସନଗର ପୌରାଞ୍ଚଳ ମୁଣ୍ଡମାଳ ଠାରେ ଅନୁଷ୍ଠିତ କୋରେଇ ବିଜେପିର ସାଂଗଠନିକ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କ ସହ ନିର୍ବାଚନ ସଂପର୍କରେ ପ୍ରାକ୍ତନ ବିଧାୟିକା ସଞ୍ଚିତା ମହାନ୍ତି, ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ଆଲୋଚନା କରିଥିଲେ । ସଞ୍ଚିତା ମହାନ୍ତିଙ୍କ ନେତୃତ୍ୱରେ ହୋଇଥିବା ସାଂଗଠନିକ ବୈଠକରେ କାଚରାସାହି, ତଳଗଡ଼, ପାଟରଙ୍ଗା, ଅନ୍ଧାରୀ, ତାହାରପୁର, ଅସନଝର, ରଣପୁର, ଗୈାରପୁର, ବରୁଣ୍ଡାଇ, ବନ୍ଦାଳ, ତାରାକୋଟ. ହଳଦିଗଡ଼ିଆ,ମକୁନ୍ଦପୁର, ପାଣିକୋଇଲି, ପଥରପଦା, କରଦା, ମୂଳାପାଳ, ଲକ୍ଷ୍ମୀନଗର, ଗନ୍ଧଣ, ବଡ଼କଇଁଚି, ରସୁଲପୁର ଓ ଭୋଟକା ପଞ୍ଚାୟତରୁ ଆସିଥିବା ଶତାଧିକ କାର୍ଯ୍ୟକର୍ତା ନିଜ ନିଜର ମତ ରଖିଥିଲେ ।
ବିଧାୟକ ପ୍ରାର୍ଥୀ ଆକାଶ କୋରେଇରେ ଏଥର ପଦ୍ମ ଫୁଟାଇବା ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ବେଳେ ସଞ୍ଚିତା ବିଜେଡ଼ି ଶାସନ ସମୟରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଗାଁଗାଁରେ ଜନମତ ସୃଷ୍ଟି କରିବା ସହ ମୋଦୀ ସରକାର କରିଥିବା ଜନକଲ୍ୟାଣ କାର୍ଯ୍ୟ ଘରେ ଘରେ ପହଁଚାଇବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକର୍ତା ବିଜେଡ଼ି ଏବଂ କଂଗ୍ରେସକୁ ହାରାଇ କୋରେଇରେ ପଦ୍ମଫୁଟାଇବାକୁ ବୈଠକରେ ସଂକଳ୍ପ ନେଇଥିଲେ । ବୈଠକରେ ପ୍ରଶାନ୍ତ ମଲିକ, ପଦ୍ମଲୋଚନ ମଲିକ, ଅଭିମନୁ୍ୟ ମିଶ୍ର, ସତୁ୍ରଘନ ପଣ୍ଡା, ପ୍ରକାଶ ସାହୁ, କୁନି ଭୂୟାଁ, ବିକାଶ ଜେନା, କାମଦେବ ମାଝୀ, ରବିନାରାୟଣ ରାଉତ୍, ହେମନ୍ତ ମଲିକ, ଚିନ୍ତାମଣି ସାହୁ, ସୁରେନ୍ଦ୍ର ସାମଲ, ଅଭୟ ପରିଡ଼ା, ଅଶୋକ ସେଠୀ ପ୍ରମୂଖ ଯୋଗ ଦେଇଥିଲେ । ସେହିପରି ଆକାଶ ମିଶ୍ରଣପର୍ବ କରି ବିଜେଡ଼ିର ପୁରୁଖା ନେତାଙ୍କୁ ନିଜ ପାଖକୁ ଆଣିବାରେ ସକ୍ଷମ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜେପିରେ ଯୋଗଦେଇଛନ୍ତି । କୋରେଇ ବ୍ଲକ୍ ଅର୍ନ୍ତଗତ ଗୋଳେଇପୁର ପଞ୍ଚାୟତର ବରିଷ୍ଠ ବିଜେଡି ନେତା ପିନାକୀ ରଞ୍ଜନ ଦାସ, ପାଟରଙ୍ଗା ପଞ୍ଚାୟତର ବରିଷ୍ଠ ନେତା ମନ୍ମଥ ନାୟକ ଏବଂ ଗୋଳେଇପୁର ପଞ୍ଚାୟତ ମସୁଦପୁର ଗ୍ରାମର ଉଲ୍ଲାଶ ବନ୍ଧୁ ପୃଷ୍ଟି, ପ୍ରଶାନ୍ତ ମଳିକ, ଆଲୋକ ମଲ୍ଲିକ, ଖଗେଶ୍ୱର ମଲ୍ଲିକ, ମନୋଜ ମଲ୍ଲିକ, ମାନସ ମଲ୍ଲିକ, ରାଜୁ ମଲ୍ଲିକ, ସୁରଜ ମଲ୍ଲିକ, କେଶବ ମଲ୍ଲିକ, ଶରତ ମଲ୍ଲିକ, ଚୈତନ ମଲ୍ଲିକ, ସଂଜୟ ମଲ୍ଲିକ, କାବୁଲି କୁଅଁର, ଗୌରପୁର ପଞ୍ଚାୟତର ବିଶ୍ୱନାଥ ଦାଶ, ରାଜେନ୍ଦ୍ର ତରାଇ, ଜଗନ୍ନାଥ ଜେନା ପ୍ରମୁଖ ଶ୍ରୀ ଦାସନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ବିଜେପି ଦଳ ଯେଉଁ ଗୁରୁଦାୟିତ୍ୱ ଦେବ ତାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ଶପଥ କରିଥିଲେ । ବ୍ଲକ୍ପାଟରଙ୍ଗା ପଞ୍ଚାୟତ, କନ୍ତୋର ପଞ୍ଚାୟତ, ବଡବିରୁଆଁ ପଞ୍ଚାୟତ, ତଣ୍ଡରା ପଞ୍ଚାୟତର ଶତାଧିକ କର୍ମୀ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ।