ବାତିଲ ହେଲା ଏହି ପରୀକ୍ଷା

ବାତିଲ ହେଲା ଏହି ପରୀକ୍ଷା

କଟକ : LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନ ୨୮ କଲେଜ୍‌ ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ମାତ୍ର ହଲ୍‌ ଭିତରେ ପ୍ରବେଶ ପରେ ଛାତ୍ରଛାତ୍ରୀ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା। କାରଣ ସିଲାବସ୍‌ରୁ ନୁହଁ, ସିଲାବସ୍‌ ବାହାରୁ ଆସିଥିଲା ପ୍ରଶ୍ନ ।

ବର୍ତ୍ତମାନ ପଢ଼ା ଯାଉଥିବା କୋର୍ସରେ ତାହା ନ ଥିବା ବେଳେ ପୁରୁଣା ପାଠରୁ ପଡ଼ିଛି ପ୍ରଶ୍ନ । ତେଣୁ ସିଲାବସ୍‌ ଅନୁଯାୟୀ ରାତି ଦିନ ପରିଶ୍ରମ ପରେ ଆଉଟ୍‌ ଅଫ୍‌ ସିଲାବସ୍‌ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ।