୧୫୦ ବର୍ଷ ପୂର୍ତ୍ତି : ସ୍କୁଲ, କଲେଜରେ ଗାଇବେ ‘ବନ୍ଦେ ମାତରମ'

୧୫୦ ବର୍ଷ ପୂର୍ତ୍ତି : ସ୍କୁଲ, କଲେଜରେ ଗାଇବେ ‘ବନ୍ଦେ ମାତରମ'

ଭୁବନେଶ୍ୱର : ‘ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୭ତାରିଖରେ ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ଛାତ୍ରଛାତ୍ରୀମାନେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍‌’ ଗାଇବେ । ଏନେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ସୂଚିତ କରାଯାଇଛି । ‘ବନ୍ଦେ ମାତରମ୍‌’ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି ।