ଶିଶୁ ଶବ ଧରି ରାସ୍ତାରୋକ
ଅପରପକ୍ଷରେ ଆଜି ସକାଳେ ବାଇପାସରେ ଅଲଟ୍ରାସାଉଣ୍ଡ କ୍ଲିନିକ ସମ୍ମୁଖ ରାସ୍ତାରେ ପେଟରୁ ବାହାରିଥିବା ୪ ମାସର ମୃତ ଶିଶୁର ଶରୀରକୁ ଘୋଡାଇ ତାଙ୍କ ପିତା ରାସ୍ତାରେ ବସିଥିଲେ । ରାସ୍ତା ବନ୍ଦ ହେବାରୁ ଗାଡି ବନ୍ଦ ହୋଇଯାଇଥିଲା । ପୋଲିସ ପହଞ୍ଚି ବୁଝାସୁଝା କରି ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଏକ ଟିମ୍ କରାଯାଇଥିବା କହିବା ସହ ୩ ଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା । ଏହାପରେ ସମସ୍ତେ ଆନେ୍ଦାଳନରୁ ଉଠି ଯାଇଥିଲେ ।