୨୨ତମ ଜାତୀୟ ନାଟ୍ୟ ମହୋସବର ଉଦଯାପିତ: ମଞ୍ଚସ୍ଥ ହେଲା "ଶତ୍ରୁ-ଦ ଏନ୍ମି ଉଇଦିନ'
ପାରାଦୀପ : ପାରାଦ୍ୱୀପରେ କ୍ୟାନମାସ ଦ୍ୱାରା ଧରି ଆୟୋଜିତ କ୍ୟାନଫେଷ୍ଟ - ୨୦୨୫,୨୬ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ସକ୍ଷମ୍ ଥିଏଟର, ନୂଆ ଦିଲ୍ଲୀର କଳାକାରମାନେ ନାଟକ ଶତ୍ରୁ-ଦ ଏନ୍ନି ୱିଦିନ ମଞ୍ଚସ୍ଥ କରିଥିଲେ । ଏହାର ନିଦେ୍ର୍ଦଶନା ଦେଇଥିଲେ ସୁନିଲ ରାୱତ । ନାଟକଟି ବୌଦ୍ଧ କିମ୍ବଦନ୍ତୀ ଏବଂ ରାଜା ଅଜାତଶତ୍ରୁଙ୍କ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ହୋଇଥିଲା । ଏହା ଧର୍ମନିରପେକ୍ଷତା, ନାରୀବାଦ ଏବଂ ମାନବ ପ୍ରକୃତି ମଧ୍ୟରେ ଥିବା ମାନସିକ ହତାଶା ଏବଂ ହିଂସାତ୍ମକ ପ୍ରଭୃତିର ବିଷୟବସ୍ତୁକୁ ସ୍ପର୍ଶ କରି ଏହି ନାଟକ ପରିବେଶିତ ହୋଇଥିଲା । ମଗଧର ଶାସକ କୁଣିକ ତାଙ୍କର ମାର୍ଗଦର୍ଶକ ଦେବଦତ୍ତଙ୍କ ପ୍ରୋସôାହନରେ ପରିଚାଳିତ ହୋଇ ପିତା ବିମ୍ବିସାରଙ୍କୁ ବନ୍ଦୀ କରନ୍ତି ଓ ଶେଷରେ ତାଙ୍କୁ ଭୋକରେ ରଖି ହତ୍ୟା କରନ୍ତି । ବିମ୍ବିସାର ତାଙ୍କ ଯୁବକ ଅବସ୍ଥାରେ ଜଣେ ଅଗ୍ନିମୟ ଏବଂ ଆକ୍ରମଣାତ୍ମକ ଶାସକ ଥିଲେ । ଏପରିକି ତାଙ୍କ ଉତ୍ତରାଧିକାରୀ ସୁନିଶ୍ଚିତ କରିବା ପାଇଁ ସମାନ ଉପାୟରେ ଜଣେ ଋଷିଙ୍କୁ ହତ୍ୟା କରିଥିଲେ । ପରେ ତାଙ୍କ ଦ୍ୱିତୀୟ ପନôୀ ରାଣୀ ଭାସବିଙ୍କ ପ୍ରଭାବରେ ସେ ବୁଦ୍ଧଙ୍କ ଶିଷ୍ୟ ହୋଇଯାଆନ୍ତି । କୁଣେକ ସମାନ ଅପରାଧ କରନ୍ତି, କିନ୍ତୁ ବୌଦ୍ଧ ଧର୍ମର ଦର୍ପଣରେ ସେ ସତ୍ୟର ସାମ୍ନା କରନ୍ତି, ନିଜର ଭୁଲକୁ ଗ୍ରହଣ କରନ୍ତି ଏବଂ ସଂଘର୍ଷ ମାଧ୍ୟମରେ ନିଜକୁ ମୁକ୍ତି ଦିଅନ୍ତି । ଶେଷରେ ସେ ଇତିହାସରେ ଅଜାତଶତ୍ରୁ ଭାବରେ ପରିଚିତ । ଅତିଥି ଭାବେ ଯୋଗଦାନ କରି ବନ୍ଦର ଉପାଧ୍ୟକ୍ଷ ନିଳଭ୍ର ଦାସଗୁପ୍ତା ନାଟକ ଉପରେ ମତାମତ ରଖିବା ସଙ୍ଗେ ସଙ୍ଗେ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ ।