କିଶୋର କ୍ଲବର ବନ୍ଧୁମିଳନ

ତାଳଚେର :  ତାଳଚେର କିଶୋର କ୍ଲବ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଖାଳ ଦିବସକୁ ନ ଭୁଲି ଓ ଖରାରୁ ଆଶ୍ୱସ୍ତି ପାଇବା ପାଇଁ ଓଡ଼ିଶା ଲୋକଙ୍କର ପ୍ରଧାନ ଖାଦ୍ୟ ପଖାଳ କଂସା ସାଙ୍ଗକୁ ଶାଗ, ମାଛଭଜା, ବଡ଼ିଚୁରା, ଛତୁଭଜା ଇତ୍ୟାଦିରେ ଆପାୟତ କରି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କ୍ଲବର ସମ୍ପାଦକ ଦୀପକ ଥମ୍ବ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଳେ । ବରିଷ୍ଠ ଆଇନଜୀବୀ, ବରିଷ୍ଠ ସାମ୍ବାଦିକ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।