ଜିଲ୍ଲା ବିଜେପି ସଭାପତି ରାସ ବିହାରୀଙ୍କୁ ଶୁଭେଚ୍ଛା

ଢେଙ୍କାନାଳ: ଢେଙ୍କାନାଳ ବିଜେପି ଜିଲ୍ଲା ସଭାପତି ଭାବେ ରାସ ବିହାରୀ ବେହେରା ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ଅଧିକାରୀ ସ୍ମୃତି ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।  ଲଳିତ ସାହୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ, ଅଜୟ ଦାସ ହିନେ୍ଦାଳ ନିର୍ବାଚନ ମଣ୍ଡଳୀରୁ, ଭାରତୀ ସ୍ୱାଇଁ ଓ ମାନସ ହୋତା ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀରୁ, ପ୍ରମୋଦ ନନ୍ଦ ଓ ଦୀପା ସାହୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ  ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ଏକ ବୈଠକ ବିଦାୟୀ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଜିଲ୍ଲା ସଭାପତି ଭାବେ ରାସ ବିହାରୀ ବେହେରାଙ୍କ ନାମ ଘୋଷଣା କରିବା ମାତ୍ରେ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ମନରେ ଆନନ୍ଦ ଖେଳିଯାଇଥିଲା । ପରେ ଶ୍ରୀ ବେହେରାଙ୍କୁ କାର୍ଯ୍ୟକର୍ତ୍ତାମାନେ ମଂଚକୁ ପାଛୋଟି ନେଇ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ । ପରେ ଦଳ ତରଫରୁ ନୂତନ ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା ।