ରକ୍ତଦାନ ଶିବିର, ୧୭୨ ୟୁନିଟ ସଂଗୃହୀତ
ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଶାସନ ପଞ୍ଚାୟତ ନିମପୁର ଶାସନ ନୋଡାଲ ହାଇସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶାସନ ପଞ୍ଚାୟତ ନିମପୁର ଶାସନ ସତ୍ୟସାଇ ସେବା ସଂଗଠନ ଅନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ସିଡିଏମଓ ଡାକ୍ତର ପ୍ରମୋଦ ପ୍ରହରାଜ ଉଦଘାଟନ କରିଥିଲେ । ଏହି ଶିବିରରେ ରାଜନଗର ମେଡିକାଲ ଅଫିସର ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ପଟ୍ଟାମୁଣ୍ଡାଇ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡା, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ କୁମାର ରାଉତ, ବ୍ଳକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ କୁମାର ସାମନ୍ତରାୟ, ନିମପୁର ଶାସନ ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ତପନ କୁମାର ରାୟ, ଗୋପବନ୍ଧୁ ନାୟକ, ସୁଷମା ମଲ୍ଲିକ, ବିଜୟ କୁମାର ଆଚାର୍ଯ୍ୟ, ରମେଶ ଚନ୍ଦ୍ର ଦାସ, ନାରାୟଣ ଦାସ ପଞ୍ଚାନନ ଧଳ, ଶାସନ ସରପଞ୍ଚ ସଂଗ୍ରାମ କେଶରୀ ବାରିକ, ଡାମରପୁର ସରପଞ୍ଚ ପ୍ରତିନିଧି ବସନ୍ତ କୁମାର ନାଥ, ପଟ୍ଟାମୁଣ୍ଡାଇ କଲେଜ ପୂର୍ବତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ, ବାସୁଦେବ ସେଠୀ, ଶଙ୍କରର୍ଷଣ ମହାନ୍ତି, ନାରାୟଣ ପ୍ରସାଦ ମହାନ୍ତି, ପ୍ରଶାନ୍ତ ପରିଡା, ରଂଜନ କୁମାର ରାଉତ, କେଶବ ଚନ୍ଦ୍ର ଭୂୟାଁ, ଶୁକଦେବ ଦାସ, ଭବାନୀ ଶଙ୍କର ଦାଶ ପ୍ରମୁଖ ରକ୍ତଦାନ ଶିବିରକୁ ସହଯୋଗ ଓ ପରିଚାଳନା କରିବା ସହିତ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ । କେନ୍ଦ୍ରାପଡା ରେଡକ୍ରସ ପକ୍ଷରୁ ଏହି ଶିବିରରେ ୧୭୨ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା ।