ଅବ୍ୟବସ୍ଥାର ଗନ୍ତାଘର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ , ରକ୍ଷଣାବେକ୍ଷଣ ନାଁରେ ଲକ୍ଷଲକ୍ଷ ଚଳୁ

ଦାନଗଦୀରୁ ଶ୍ରୀକାନ୍ତ ମହାପାତ୍ର : କେନ୍ଦ୍ର ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନେ କିପରି ଭଲ ଭାବରେ ରହି ପାଠ ପଢି ଶିକ୍ଷିତ ହେବେ ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ମାନ ପ୍ରତିଷ୍ଠା କରିଛନ୍ତି । ସେ ବିଦ୍ୟାଳୟ ଗୁଡିକ ସଠିକ ଭାବେ ଚାଲିବା ପାଇଁ ମଧ୍ୟ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି । ହେଲେ ମିଳୁଥିବା ଅନୁଦାନ ଟଙ୍କାକୁ ମିଳିମିଶି ଲୁଟ କରାଯାଉଥିବା ବେଳେ ଅନ୍ତେବାସୀଙ୍କ ଉପରେ ଏହାର ସିଧା ପ୍ରଭାବ ପଡ଼ୁଛି । ଯାହା ବଡ଼ ଉଦାହରଣ ହେଉଛି ଦାନଗଦୀ ବ୍ଲକର ରାମ୍ପିଲୋସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ । ଦାନଗଦୀ ବ୍ଲକ ପଲ୍ଲୀ ଅଞ୍ଚଳ ଓଲ୍ଲଳ ପଞ୍ଚାୟତ ରାମ୍ପିଲୋ ଗାଁରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଥିବା କ୍ଷେତ୍ର ଅନୁଧ୍ୟାନ ବେଳେ ନଜରକୁ ଆସିଛି । ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ହଷ୍ଟେଲରେ ଷଷ୍ଠ ଶ୍ରେଣୀରୁ ଯୁକ୍ତ ପର୍ଯ୍ୟନ୍ତ ୩୫୦ ଅନ୍ତେବାସୀ ରୁହନ୍ତି । ବାଳକ ଛାତ୍ରବାସରେ ୧୪୦ ଓ ବାଳିକା ଛାତ୍ରାବାସରେ ୧୫୦ ଜଣ ରହି ପାଠ ପଡୁଛନ୍ତି । ହେଲେ ଏମାନେ ପାଠପଢିବା ପାଇଁ ଯେଭଳି ଉତ୍ତମ ପରିବେଶ ସୃଷ୍ଟି କରାଯିବା କଥା ତାହା କରାଯାଇନି । ଦୁର୍ଗନ୍ଧମୟ ପରିବେଶ ଭିତରେ ପିଲାମାନେ ପାଠ ପଢୁଥିବା ବେଳେ ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଉଛି । ଶହଶହ ଅନ୍ତେବାସୀଙ୍କୁ ଭଙ୍ଗା ବେଡ଼ ସହ ଚିରାଫଟା ଗଦି ଯୋଗାଇ ଦିଆଯାଇଛି । ବେଡ଼ରେ ପଡ଼ିଥିବା ପ୍ଲାଏ ଗଳି ପଡ଼ୁଥିବା ବେଳେ ଗଦିରୁ କତା ମଧ୍ୟ ଗଳିପଡ଼ୁଛି । ଗ୍ରୀଷ୍ମ ଦିନ ପ୍ରବଳ ଖରାରେ ବିଦୁ୍ୟତ ନଥିବାରୁ ଅନ୍ତେବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପଙ୍ଖା ଚାଲୁନଥିବାରୁ ଅନ୍ତେବାସୀ ଗରମରେ ସିଝୁଛନ୍ତି । ରାତିରେ ଅନିଦ୍ରା ରହୁଛନ୍ତି । ପାଠ ପଢା କଥା କିଏ ପଚାରେ, ପାଣି ସମସ୍ୟା ନକହିବା ଭଲ । ବାଳିକା ହଷ୍ଟେଲରେ ଗୋଟେ ନଳକୂଅରେ ଖରାରେ ଧାଡିରେ ଠିଆ ହୋଇ ପାଣି ମୁନେ୍ଦ ପାଇଁ ଡହଳ ବିକଳ ହେଉଛନ୍ତି । ସେମାନେ କୁହନ୍ତି ଦୁଇ ଦିନ ହେବ ଆମେ ଠିକରେ ଗାଧୋଇ ନାହୁଁ । ନିତ୍ୟକର୍ମ କରିବା ଠିକ ପରିବେଶ ନାହିଁ, ପାଠ ଠିକ ଭାବେ ପଢା ହେଉନାହିଁ । ଅସହ୍ୟ ଗୁଳୁଗୁଳିରେ ଗୋଟେ ଗୋଟେ ଘରେ ତିରିଶ ଚାଳିଶ ପିଲା ଭିଡ଼ରେ ବହୁତ କଷ୍ଟରେ ରହୁଛୁ । ଆମେ ଘରକୁ ପଳାଇବୁ, ଆଉ କଷ୍ଟ ସହି ଗରମ ସହି ରହିପାରିବୁ ନାହିଁ । ବାଳକ ହଷ୍ଟେଲ କଥା ନ କହିବା ଭଲ । ଦୁର୍ଗନ୍ଧରେ ଫାଟି ପଡୁଛି । ଭଙ୍ଗା କବାଟ ଝରକା ଖାଲି ରଙ୍ଗ ମାରି ମରାମତି ଅର୍ଥକୁ ଲୁଟ ହୋଇଥିବା ଜଳ ଜଳ ଦେଖା ଯାଉଛି । ପାଇଖାନାରେ ପଶି ହେଉନାହିଁ, ବାନ୍ତି ଲାଗୁଛି, ଯିଏ ଯିବ ନାକରେ ରୁମାଲ ବାନ୍ଧି ଯିବାକୁ ପଡିବ, ଅନ୍ଧାର ପାଇଖାନା ଘର କବାଟ ଝରକା ନାହିଁ, ଅନ୍ଧୁ ଓ ନେଳି ଲାଗିଗଲାଣି, ବେମାର ହୋଇଗଲା ପରି ପରିବେଶ,ବେଡ଼ ଭାଙ୍ଗି ନଡ଼ିଆ କତା ବାହାରି ଗଲାଣି, ବିଦ୍ୟାଳୟ ଥିବା ବିଦ୍ୟୁତ ବୋର୍ଡ ଖୋଲା ଭାବେ ଅସୁରକ୍ଷିତ ଭାବେ ରହିଛି । ପିଲାମାନଙ୍କ କହିବା କଥା ଆମେ ଆଦିବାସୀ ପିଲା ବୋଲି ଏହି ଗରମ ସମ୍ଭାଳି ବହୁତ କଷ୍ଟରେ ପଡ଼ିଛୁ । ବିଦ୍ୟାଳୟ ଗାଁ ଭିତରେ ହୋଇଥିବାରୁ ଫାଟକ ବାହାରକୁ ଯାଇ ପାରୁନାହୁଁ । ସାର ପାଟିକରିବୋ ଯଦି ଆମେ ସତ କହିବୁ, ପାଠ ଭଲ ପଢା ହେଉନାହିଁ । କିଛି ପିଲା ଟିସି. ନେଇଗଲେଣି । ହଷ୍ଟେଲ ଭିତରକୁ ବାହାର ଲୋକଙ୍କୁ ପୁରାଇ ଦିଆଯାଉନାହିଁ । କିଏ କାହିଁ ଜାଣିବ ଭିତରେ କଣ ଚାଲିଛି । ଆଦିବାସୀ ପିଲା ହେଲେ ବୋଲି ତାଙ୍କୁ ଏପରି ଅବ୍ୟବସ୍ଥା ଭିତରେ ରଖିବା ପାଇଁ ଦାୟୀ ରହିବ କିଏ? ଅଂଶୁଘାତରେ ଯଦି କାହାର କିଛି ଅଘଟଣ ହୁଏ ଦାୟୀ ହେବ କିଏ ପ୍ରଶ୍ନରେ ଅଧକ୍ଷ୍ୟ ଅମ୍ବିକା ପ୍ରସାଦ ପାଢ଼ୀ କୁହନ୍ତି ସେମିତି କିଛି ହେବ ନାହିାଁ ଡ଼ିଜି ଖରାପ ଅଛି ମରାମତି ଶୀଘ୍ର କରିଦେବୁା ବାର୍ଷିକ ମରାମତି ପାଇଁ ୩୦ ଲକ୍ଷ ଆସୁଥିବା ଅଧ୍ୟକ୍ଷ କହୁଥିଲା ବେଳେ ଖାଲି ରଙ୍ଗ ମାରି ଏହା ଚଳୁ ହୋଇଥିବା କାମରୁ ଜଣାପଡୁଛି । ଗ୍ରାମବାସୀଙ୍କ କହିବା କଥା ସ୍ଥାନୀୟ ନିର୍ଦ୍ଧିଷ୍ଟ କେତଜଣ ଶାସକ ଦଳର ବାହୁବଳୀ ଠିକାଦାରଙ୍କ ଚାପରେ ଚାପି ହୋଇପଡ଼ିଛନ୍ତି ବିଦ୍ୟାଳୟର ଅଧ୍ୟକ୍ଷ । ତେଣୁ ବିଦ୍ୟାଳୟ ଭିତରକୁ ବାହାର ଲୋକ କେହି ଆସୁନଥିବା ଯିଏ ବି ଆସୁଛନ୍ତି ଅଫିସରୁ ସନ୍ତୁଷ୍ଟ ହୋଇ ପଳାଉଥିବାରୁ ହଷ୍ଟେଲ ଭିତରର କଳା କେଳେଙ୍କାରୀ ଲୋକ ଲୋଚନକୁ ଆସି ପାରୁନାହିଁ । ଫାଟକ ପାଖରେ ଥିବା ଜଗୁଆଳିର ଘର ଭୂଇଁରୁ ଉଠୁନାହିଁ । ଖରାବର୍ଷାରେ ସେ ଗଛମୂଳ ଯୁଆଡେ ପାଇଲେ ପଳାଉଛି,କ୍ୟାଣ୍ଟିନ ରୁମଟି ମଧ୍ୟ ଆଧୁନିକ ରୋଷଇଶାଳା ନୁହେଁ । କଳାମଇଳା ହୋଇ ପଡିଛି । ସେଥିପାଇଁ ସରକାର କା ମାଲ ଦରିଆ ମେ ଡାଲ ପରି ଏହି ଏକଲବ୍ୟ ବିଦ୍ୟାଳୟଟି ଅବହେଳିତ ହୋଇ ଅବ୍ୟବସ୍ଥା ଭିତରେ ପଡିଛି ।  ଗରିବ ଆଦିବାସୀ ଛାତ୍ରଛାତ୍ରୀ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ପଡିରହିଥିବାର ଦେଖିବାକୁ ମିଳିଛି । ଜିଲାପାଳ ଏହାର ବିଦ୍ଧିବଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ତେବାସୀଙ୍କୁ ଉତ୍ତମ ପରିବେଶ, ଖାଦ୍ୟ, ପାନୀୟ ଅନ୍ୟାନ୍ୟ ସୁବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀମୀ ମହଲରୁ ଦୃଢ ଦାବି ହୋଇଛି ।