୨୬ରେ ଡୁଡ୍ନୁ ଫାଉଣ୍ଡେସନ୍ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉସôବ
ଭୁବନେଶ୍ୱର,୨୨ା୮: ରାଜ୍ୟର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଡୁଡ୍ନୁ ଫାଉଣ୍ଡେସନ ଟ୍ରଷ୍ଟର ୫ମ ବାର୍ଷିକ ଉସôବ ଆସନ୍ତା ୨୬ ତାରିଖ
ରେ ପାଳିତ ହେବ । ଏଥିସହ ୯୦ ପ୍ରତିଶତ ମାନସିକ ଅନଗ୍ରସର ଡୁଡ୍ନୁର ୧୯ତମ ଜନ୍ମ ଉସôବ ପାଳନ କରାଯିବ । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଏହି ଉସôବ ପାଳିତ ହେବ ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଅଧ୍ୟକ୍ଷା ଡ଼ଃ ବନ୍ଦନା ହରିଚନ୍ଦନ ସୁଚନା ଦେଇଛନ୍ତି । ଏହି
ଅବସରରେ ଶ୍ରୀମତୀ ହରିଚନ୍ଦନ କହିଛନ୍ତି ଯେ, ଚଳିତ ବର୍ଷ ଟ୍ରଷ୍ଟର ବରିଷ୍ଠ ଉପଦେଷ୍ଟା ଓ ସଦସ୍ୟ ମାନଙ୍କର ନିଷ୍ପତ୍ତି କ୍ରମେ ୫ଜଣ ଭିନ୍ନକ୍ଷମ ହୋଇ ବି ସକ୍ଷମ ବିଶିଷ୍ଟ ବ୍ୟକ୍ତି ସର୍ବଶ୍ରୀ ସୁରେଶ କୁମାର ସାହୁ, ରବି ନାରାୟଣ ଦାସ, ନରହରି ବେହେରା, କୁନିଲତା ବାରିକ, ସୁଭଦ୍ରା ଦାସଙ୍କୁ ଡୁଡ୍ନୁ ସମ୍ମାନ ୨୦୨୪ ଏବଂ ଅଗ୍ରଣୀ ୯ ଗୋଟି ଅନୁଷ୍ଠାନମାନଙ୍କୁ ଡୁଡୁନୁ ପ୍ରେରଣା ସମ୍ମାନ ୨୦୨୪ରେ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ସାଂସଦ, ବିଧାୟକ, ଅନେକ ସାମାଜିକ କର୍ମୀ, ମାବଧିକାର କର୍ମୀ ଏବଂ ମୂଖ୍ୟ ବକ୍ତା ଭାବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମତୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଓଡିଶା ଭାସ୍କର ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, କବି ସଙ୍କର୍ଷଣ ପରିଡା, ଟ୍ରଷ୍ଟ ନିଦେ୍ର୍ଦଶକ ସଂଜୀବ କୁମାର ହରିଚନ୍ଦନ, ସମ୍ପାଦକ ରୋଶନ ଅଲି ବେଗଙ୍କ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।