ଓଡିଶା ଉପରେ ଦେଶର ନଜର, ସୁରକ୍ଷାବଳୟରେ ଭୁବନେଶ୍ୱର

ଦିନକ ପରେ ୩ଦିନିଆ ଡିଜପିି ସମ୍ମିଳନୀ
ଭୁବନେଶ୍ୱର, ୨୭ା୧୧ : ଦିନକ ପରେ ଭୁବନେଶ୍ୱରରେ ଆୟୋଜିତ ହେବ ପୁଲିସ ଡିଜି ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି । ୩ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ରାଜଧାନୀରେ ରହିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦିନକ ପରେ ଭୁବନେଶ୍ୱରରେ ଆୟୋଜିତ ହେବ ପୁଲିସ ଡିଜି ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି । ୩ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ରାଜଧାନୀରେ ରହିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଭୁବନେଶ୍ୱରର ଲୋକସେବା ଭବନ, ଅତିଥି ଭବନ, ବିମାନବନ୍ଦର, ଆଇପିଏସ ମେସ ଚନ୍ଦ୍ରଶେଖରପୁରକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି ।  
ସୂଚନା ଯୋଗ୍ୟଯେ, ପୁଲିସ ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ୱର ପୂରା ପ୍ରସ୍ତୁତ  । ରାସ୍ତାଘାଟ ସବୁଠି ପୁଲିସର ପହରା  । ସବୁଠି ଚାଲିଛି ତନ୍ନ ତନ୍ନ ଯାଂଚ  । ହାଇ ସିକୁ୍ୟରିଟି ଜୋନରେ ଏବେ ପୂରା ରାଜଧାନୀ । କାରଣ ପ୍ରଥମଥର ଓଡିଶାରେ ହେଉଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜି ଏହି ସମ୍ମିଳନୀରେ ସାମିଲ ହେବେ । ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ,  ୩ ଦିନ ଧରି ପ୍ରଧାନମନ୍ତ୍ରୀ ଓଡିଶାରେ ରହୁଥିବାରୁ ଭୁବନେଶ୍ୱରକୁ ଅଭେଦ୍ୟ ଗଡ କରିଛି ସୁରକ୍ଷା ବାହିନୀ । କୌଣସି ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପାଇଁ ଆଗୁଆ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର । ଅତିଥି ଚର୍ଚ୍ଚାକୁ ଗୁରୁତ୍ୱ ଦେଇ ଆଖି ଝଲସିବା ଭଳି ଆୟୋଜନ କରିଛି ଓଡିଶା ।

-  ରାଜ୍ୟ ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୁଲିସ ଡିଜି 
-  ଗୃହ ବିଭାଗ ଅଧୀନରେ ଥିବା ସବୁ ସୁରକ୍ଷା ବିଭାଗର ମୁଖ୍ୟ ଯୋଗଦେବେ
-  ସୁରକ୍ଷା ବ୍ୟବସ୍ଥାରେ ରହିବେ ଆଇବି, ଏସପିଜି ଓ ଏନଏସଜି
-  ରାଜ୍ୟ ଅତିଥି ଭବନରେ ସମସ୍ତ ରୁମ୍ ବୁକ୍ ହୋଇଛି
-  ରୁମ୍ ଗୁଡିକରେ ଓଡିଶାର କଳା ଓ ସଂସ୍କୃତିର ଝଲକ 
-  ସକାଳୁ ଉଠି ଡିଜିପିଙ୍କ ଯୋଗ ପାଇଁ ଆୟୋଜନ
ଡିଜିପି ସମ୍ମିଳନୀରେ ମୁଖ୍ୟତଃ ସୀମା ସୁରକ୍ଷା, ସାଇବର ଅପରାଧ, ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସମସ୍ତ ପୁଲିସ ଡିଜିଙ୍କ ସହ କରିବେ ଆଲୋଚନା । ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବା ପରେ ଦ୍ୱିତୀୟ ଦିନରେ ଦେଶର ସୁରକ୍ଷା ବାବଦରେ ଟିକିନିକି ଅପଡେଟ ନେବେ ପ୍ରଧାନମନ୍ତ୍ରୀ  । ବୈଠକ ପରେ ମଧ୍ୟ ଡାଇନିଂ ଟେବୁଲରେ ସୀମା ସୁରକ୍ଷାକୁ ନେଇ ହେବ ଗରମାଗରମ ଆଲୋଚନା । ପରସ୍ପର ସହ ସମନ୍ୱୟ ରଖି କିଭଳି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ଚାଲିବ ୱାନ୍ ଟୁ ୱାନ ଆଲୋଚନା  । ଡିଜି ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ବଡ ରୋଡ ସୋରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତୃତ୍ୱଙ୍କ ସହ ବୈଠକ କରିବେ ମୋଦୀ । ସଙ୍ଗଠନ ଓ ସରକାର ବାବଦରେ ଆଲୋଚନା ସହ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ ।