ହସ୍ପିଟାଲରୁ ରୋଗିଙ୍କ ମନିପର୍ସ ଚୋରି ; ଲୁଟେରା ଗିରଫ

ହସ୍ପିଟାଲରୁ ରୋଗିଙ୍କ ମନିପର୍ସ ଚୋରି ; ଲୁଟେରା ଗିରଫ

  • ଭୁବନେଶ୍ୱର, ୨୨ା୮ : କିମସ୍ ହସ୍ପିଟାଲରୁ ଜଣେ ରୋଗିଙ୍କ ୪୫ ହଜାର ଟଙ୍କା ଓ ସୁନା ଚେନ୍, ମୁଦି ଥିବା ପର୍ସ ଚୋରି । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୁଲିସ ହସ୍ପିଟାଲର ସିସିଟିଭି ଫୁଟେଜକୁ ଆଧାର କରି ଆଜି ଲୁଟେରାକୁ ଗିରଫ କରିଛି । ତାଠାରୁ ୪୫ ହଜାର ଟଙ୍କା ଜାଗାରେ ୧୫ ହଜାର ଟଙ୍କା ଓ ସୁନା ଚେନ୍ ଓ ୨ଟି ମୁଦି ଜବତ କରାଯାଇଛି । ବାକି ୩୦ ହଜାର ଟଙ୍କା ଅଭିଯୁକ୍ତ ନିଜର ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଗିରଫ ଅଭିଯୁକ୍ତ ହେଲା, କଟକ ଜିଲ୍ଲା ଆଠଗଡ଼ର ଭାଗିରଥୀ ଭକ୍ତ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଯୋଗ୍ୟଯେ, ପୁରୀ ଆଦର୍ଶ ନଗର, ଲେନ୍-୨ ନିବାସୀ ଅଭିଯୋଗକାରିଣୀ ଲୀନା ଦାସ ଗତ ୨୧ ତାରିଖ ଚିକିତ୍ସା ନିମନ୍ତେ ପଟିଆ କିମସ୍ ହସ୍ପିଟାଲକୁ ଆସିଥିଲେ । ସେ ହସ୍ପିଟାଲର ବୀମା ୱାର୍ଡରେ କିଛି କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଅଭିଯୁକ୍ତ ଜଣକ କୌଶଳ କ୍ରମେ ତାଙ୍କ ମନିପର୍ସକୁ ଚୋରିକରି ନେଇଯାଇଥିଲା । ଉକ୍ତ ମନିପର୍ସରେ ରହିଥିଲା ନଗଦ ୪୫ ହଜାର ଟଙ୍କା, ଏକ ସୁନା ଚେନ୍, ୨ଟି ସୁନା ମୁଦି ଓ କିଛି ଡକୁ୍ୟମେଣ୍ଟ୍ । ପରେ ଅଭିଯୋଗକାରିଣୀ ଜାଣିବାକୁ ପାଇଥିଲେ ତାଙ୍କ ଟଙ୍କା ସୁନା ଥିବା ମନପର୍ସଟି ଚୋରି ହୋଇଯାଇଛି । ଏନେଇ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ହସ୍ପିଟାଲର ସିସିଟିଭି ଫୁଟେଜରୁ ଲୁଟେରାକୁ ଚିହ୍ନଟ କରିଥିଲେ । ପରେ ତାକୁ ଖୋଜାଖୋଜି କରି ଅଭିଯୋଗର ୨୪ ଘଣ୍ଟା ଭିତରେ ଲୁଟେରାକୁ କଟକ ଜିଲ୍ଲା ଆଠଗଡ଼ରୁ ଗିରଫ କରାଯାଇଛି । ସେ ପରିସ୍ଥିତରେ ପଡ଼ି ଏହି ଚୋରି କରି ପର୍ସରେ ଥିବା ୩୦ ହଜାର ଟଙ୍କା ନିଜ ବ୍ୟକ୍ତିଗତ କାମରେ ଲଗାଇଦେଇଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି ।