ଓୟୋରୁ ୩ ଯୁବତୀଙ୍କ ସହ ଧରାପଡ଼ିବା ଘଟଣା ; ସିଲ ହେଲା ହୋଟେଲର ସବୁ ରୁମ
ଭୁବନେଶ୍ୱର,୧୭ା୮ : ତିନି ବଙ୍ଗୀୟ ଯୁବତୀଙ୍କ ସହ ସ୍ୱାମୀଙ୍କୁ ଅସଞ୍ଜତ ଅବସ୍ଥାରେ ସ୍ତ୍ରୀ ଧରିଥିବା ଘଟଣା । ପଟିଆରେ ଥିବା ଓୟୋ ହୋଟେଲର ସମସ୍ତ ରୁମକୁ ସିଲ କଲା ଇନଫୋସିଟି ଥାନା ପୁଲିସ । ଗତ ୧୪ ମଙ୍ଗଳବାର ବିଳମ୍ୱିତ ରାତିରେ ଇନଫୋସିଟି ଥାନା ଅଞ୍ଚଳ ପଟିଆରେ ଥିବା ଓୟୋରେ ପୁଲିସ ସହଯୋଗରେ ରେଡ୍ ମାରି ୩ ଜଣ ବଙ୍ଗୀୟ ଯୁବତୀଙ୍କ ସହ ସ୍ୱାମୀ ଅଭିନବ ସିଂଙ୍କୁ ରଙ୍ଗାହତରେ ଧରିଥିଲେ ପତ୍ନୀ । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ୩ ଜଣ ଯୁବତୀଙ୍କ ସହ ସ୍ୱାମୀ, ତାଙ୍କ ବନ୍ଧୁ ଓ ହୋଟେଲ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ସୂଚନା ଯୋଗ୍ୟଯେ, କଟକ ଟାଉନର ଅଭିନବ ସିଂ । ସେ ସଫ୍ଟୱେୟାର କମ୍ପାନୀରେ ଚାକିରି କରୁଥିଲେ । ହେଲେ ପରବର୍ତ୍ତୀ ସମୟରେ ଚାକିରି ଛାଡି ରାପର ଭାବେ କାମ କରୁଥିଲେ । ଅନେକ ଲୋକଗୀତ ଗାଇଥିଲେ । ଗୀତ ଗାଇବା ନିଶା ହେଲେ ମଧ୍ୟ ପେଶା କିନ୍ତୁ ସଙ୍ଗୀନ ଗୋଟାଇବା ଘରେ ପନôୀ ଥାଉଁ ଥାଉଁ ଗୀତ ଗାଇବା ବାହାନାରେ ହୋଟେଲରେ ଯୁବତୀଙ୍କ ସହିତ ରାତି କଟାଉଥିଲେ । ହେଲେ ସ୍ୱାମୀଙ୍କ ଅନ୍ଧାରୀ ରାତିର ରଙ୍ଗୀଲା କାହାଣୀ ସମ୍ପର୍କରେ ସାମାନ୍ୟତମ ଖବର ପାଉନଥିଲେ ପନôୀ । ସ୍ୱାମୀ ଯାହା ବାହାନା କରୁଥିଲେ, ସେ ସବୁକୁ ବିଶ୍ୱାସ କରୁଥିଲେ । କାରଣ ସେ ଅଭିନବଙ୍କୁ ଭଲ ପାଉଥିଲେ । ମଙ୍ଗଳବାର ସକାଳେ କୌଣସି କଥାକୁ ନେଇ ଅଭିନବ ଓ ତାଙ୍କ ପନôୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଅଭିନବ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ପରେ ସେ ଘରୁ ପଳାଇ ଯାଇଥିଲେ । ଆଉ ଗଲା ବେଳେ ଭୁବନେଶ୍ୱରରେ କାମ ଅଛି ବୋଲି ପତ୍ନୀଙ୍କୁ କହି ଆସିଥିଲେ । ପରେ ଆମାଜନ୍ ପେ’ରେ ଜଣେ ଯୁବତୀଙ୍କ ମୋବାଇଲ ନମ୍ୱରରେ ରିଚାର୍ଜ କରୁଥିବାର ନୋଟିଫିକେସନ ମଧ୍ୟ ଆସିଥିବା ଦେଖିବାକୁ ପାଇଲେ । ଘନ ଘନ ନୋଟିଫିକେସନ ଆସୁଥିବାରୁ ଅଭିନବଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ ପତ୍ନୀ । ହେଲେ ସେ ଆଉ ଫୋନ୍ ଉଠାଇନଥିଲେ । ତା’ପରେ ନିଜ ସ୍ୱାମୀଙ୍କ ସହିତ ଯାଇଥିବା ବନ୍ଧୁଙ୍କୁ ଫୋନ୍ କରିଥିଲେ । ସେ ମଧ୍ୟ ଫୋନ୍ କାଟି ଦେଇଥିଲେ । ଶେଷରେ ଟଙ୍କା ରିଚାର୍ଜ ହୋଇଥିବା ମୋବାଇଲ ନମ୍ୱରରେ ଫୋନ କରିଥିଲେ । ପ୍ରଥମ ରିଙ୍ଗରେ ଫୋନ ସୁଇଜ୍ଅପ ହୋଇଯାଇଥିଲା । ତେଣୁ ପତ୍ନୀଙ୍କ ମନରେ ସନେ୍ଦହ ହୋଇଥିଲା । ତେଣୁ ସେହି ରାତିରେ ଭୁବନେଶ୍ୱରର ଇନ୍ଫୋସିଟି ଥାନାରେ ପହଞ୍ଚିଥିଲେ । ତା’ପରେ ପୁଲିସ ସହଯୋଗରେ ପଟିଆ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପହଞ୍ଚିଥିଲେ । ସେତିକି ବେଳେ, ହୋଟେଲରେ ଗୋଟିଏ ରୁମରେ ଅଭିନବଙ୍କ ସହିତ ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ଧରିଥିଲେ ।