୩୯ ୟୁନିଟ୍ ରକ୍ତ ସଂଗୃହୀତ
ବଡ଼ସାହି: ବଡ଼ସାହି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଡ଼ସାହି ବିଡ଼ିଓ ବନୋଜା ଦାସ, ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁକାନ୍ତ ପାତ୍ର, ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୁନିଲ କୁମାର ଦାଶ, ସମ୍ପାଦକ ରନôାକର ପାତ୍ର, କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା, ବରିଷ୍ଠ ସଦସ୍ୟ ସୁବୋଧ କୁମାର ଦାସ, ମହେଶ୍ୱର ସେନାପତି, ସରୋଜ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ । ଉକ୍ତ ଶିବିରରୁ ମୋଟ ୩୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ ବାରିପଦା ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ମଞ୍ଚ ପକ୍ଷରୁ ସଦସ୍ୟ ମନୋରଞ୍ଜନ ବଳା, ଶ୍ୟାମ ସୁନ୍ଦର ସିଂ, ଅଶୋକ କୁମାର ବେହେରା, ପ୍ରଭାକର ବାରିକ, ବିଭୂତି ମହାନ୍ତ, ଧୀରେନ୍ଦ୍ର ନାଥ ବେହେରା, ରବୀନ୍ଦ୍ର ନାଥ ବାରିକ, କମଳା କାନ୍ତ ପଲେଇ, ଶଶୀଭୂଷଣ ବିଶ୍ୱାଳ, ଲକ୍ଷ୍ମୀଧର ସିଂ, ରମାନାଥ ପ୍ରଧାନ ଏବଂ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।