ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ୍ ଚାଳକ ମୃତ

 ବାଲିଅନ୍ତା : କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଭୁବନେଶ୍ୱର-ପୂରୀ ଜାତୀୟ ରାଜପଥ ସିଫା ସମ୍ମୁଖରେ ଆଜି ଅପରାହ୍ନରେ ଏକ ସ୍କର୍ପିଓ ଧକ୍କାରେ ମୋଟର ସାଇକଲ ଚାଳକଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍କର୍ପିଓରେ ବସିଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି । ମୃତକ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣ ଗ୍ରାମର ନିରୋଦ କୁମାର ସ୍ୱାଇଁଙ୍କ ପୁଅ ପ୍ରବୀର କୁମାର ସ୍ୱାଇଁ  ଏବଂ ଆହତମାନେ ଭୁବନେଶ୍ୱର ସାଲିଆସାହି ଅଞ୍ଚଳର ବୋଲି ଜଣାପଡିଛି । ମୃତକ ପ୍ରବୀର କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା କେନ୍ଦ୍ର (ସିଫା)ରେ ଠିକାସଂସ୍ଥାରେ ଚାକିରି କରିଥିବା ବେଳେ ଉତ୍ତରାରେ ଭଡାରେ ରୁହନ୍ତି । ଖବରନେବାରେ ଜଣାପଡିଛି ପ୍ରବୀର ଆଜି ଅପରାହ୍ନ ପ୍ରାୟ ସାଢେ ୫ ଟାରେ ଥଣ୍ଡା ପାଣି ଆଣିବା ପାଇଁ ଭଡାଘରୁ ଏକ ମୋଟର ସାଇକଲ ଯୋଗେ ସିଫା ମଧ୍ୟକୁ ଯାଉଥିଲେ । ଏହି ସମୟରେ ଭୁବନେଶ୍ୱର ପଟୁ ଏକ ସ୍କର୍ପିଓ ଦୃତଗତିରେ ଆସି ଡିଭାଇଡ଼ର ପିଟିହେବା ସହ ମୋଟରସାଇକଲକୁ ଧକ୍କା ଦେଇଥିଲା । 
ଫଳରେ ମୋଟର ସାଇକଲ ସହ ପ୍ରବୀର ରାସ୍ତାରେ ଛିଟିକି ପଡ଼ିଥିବା ବେଳେ ସ୍କର୍ପିଓଟି ରାସ୍ତାରେ ଓଲଟି ପଡିଥିଲା । ଘଟଣା ସ୍ଥଳରେ ପ୍ରବୀରଙ୍କ ମୃତୁ୍ୟ ହୋଇଥିବା ବେଳେ ସ୍କର୍ପିଓରେ ବସିଥିବା ଚାଳକ ସମେତ ୫ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ଫଳରେ ପ୍ରାୟ ଅଧଘଣ୍ଟା ରାସ୍ତା ଜାମ ରହିଥିଲା । ଖବରପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ରାଜଧାନୀ ଚିକିସôାଳୟରେ ଭର୍ତ୍ତି କରିଥିଲେ । ମୃତ ପ୍ରବୀର ମୃତଦେହକୁ ଶବଗାରରେ ରଖିଥିବା ବେଳେ ଆସନ୍ତକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ।