ଓଳାଭର କଲେଜର ପ୍ରତିଷ୍ଠା ଦିବସ 

 ରାଜକନିକା : ଓଳାଭର ମହାବିଦ୍ୟାଳୟରେ ଅଧ୍ୟକ୍ଷ ହଳଧର ବେହେରାଙ୍କ ପୌରୋହିତ୍ୟରେ ୫୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚଶିକ୍ଷା ନିଦେ୍ର୍ଦଶକ ରଞ୍ଜିତ ପ୍ରଧାନ, ମୁଖ୍ୟବକ୍ତା ତୁଳସୀ ମହିଳା କେଜର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ, ସମ୍ମାନିତଅତିଥି କନିକା ତହସିଲଦାର ଭାନୁମତୀ ମାଝି ପ୍ରମୁଖ ଯୋଗଦେଇ ପ୍ରତିଷ୍ଠାତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନ୍ୟତମ ସମ୍ମାନିତଅତିଥି ଦିବ୍ୟଜ୍ୟୋତି ପଣ୍ଡା ଯୋଗଦେଇ ଅନୁଷ୍ଠାନର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପୂର୍ବତନ ଅଧ୍ୟାପକ, ମୁଖ୍ୟ କିରାଣୀ ପରିଚାଳନା କମିଟି ପ୍ରାକ୍ତନ ସଭ୍ୟଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । +୩ ଓ +୨ସ୍ତରରେ ୨୦୨୫ ମସିହା ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଳି କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଦୁର୍ୟଧନ ମଲିକ ଓ ଓଳାଭର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ଶେଖର ଚନ୍ଦ୍ର ବାରିକଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଉପଭୋକ୍ତା, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଅଂଶ ଗ୍ରହଣ କରିଥିଲେ. ଓଡ଼ିଆ ବିଭାଗ ର ମୁଖ୍ୟ ଡ଼. ସୁଧୀର ବାରିକ ସଭା ସଂଚାଳନା କରିଥିଲା ବେଳେ ଇତିହାସ ବିଭାଗ ମୁଖ୍ୟ ମୁରଲୀ ଧର କର ଅତିଥି ପରିଚୟ ଓ ରାଜନୀତି ବିଭାଗର ମୁଖ୍ୟ ରବୀନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।