୫୭୮ ବାଲି ମାଫିଆ ଗିରଫ

ଭୁବନେଶ୍ୱର : ବେଆଇନ୍‌ ବାଲି ଖନନ ଓ ଚୋରା ଚାଲାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେଣ୍ଟ୍ରାଲ ରେଞ୍ଜ ପୋଲିସ୍‌। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଏଭଳି ପଦକ୍ଷେପ ନିଆଯାଇଛି। 


   ସୂଚନା ଅନୁଯାୟୀ, ୨୦୨୫ ଜାନୁଆରୀ ପହିଲାରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବାଲି ମାଫିଆଙ୍କ ବିରୋଧରେ ୧୧୩୩ ମାମଲା ରୁଜୁ କରାଯାଇଛି । ସେହିପରି ୧୪୭୩ ଗାଡ଼ି ସିଜ୍‌ ହୋଇଥିବାବେଳେ ୫୭୮ ଜଣ ଗିରଫ ହୋଇଛନ୍ତି । ଏହାଛଡ଼ା ୧୦୫୩ ଜଣଙ୍କୁ ନୋଟିସ୍‌ ଦିଆଯାଇଛି । ବେଆଇନ୍‌ ବାଲି ଚୋରାଚାଲାଣ ରୋକିବାକୁ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଥିବାବେଳେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସୂଚନାଯୋଗ୍ୟଯେ, ବାଲି ମାଫିଆମାନେ ନିଜ ନିଜ ଅଞ୍ଚଳରେ ଭାରି ଉତ୍ପାତ କରୁଥିଲେ। ଗୁଣ୍ଡାଗର୍ଦ୍ଦିର ସୀମା ଟପି ଯାଉଥିଲା। ବେଆଇନ୍‌ ଭାବେ ସେମାନେ ବାଲି ଚାଲାଣ କରି କୋଟିକୋଟି ଟଙ୍କା ରୋଜଗାର କରୁଥିବାବେଳେ ରାଜକୋଷକୁ କିନ୍ତୁ ଅର୍ଥ ଆସୁନଥିଲା । ଏହାକୁ ନେଇ ତୀବ୍ର ଜନ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ପ୍ରତିଦିନ ଗଣମାଧ୍ୟମରେ ବାଲି ମାଫିଆଙ୍କ ଦାଦାଗିରି ଶିରୋନାମା ପାଲଟୁଥିଲା । ଏହାପରେ ସ୍ୱତନ୍ତ୍ର ଭାବେ ଚଢ଼ାଉ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ ।