ସଚିବାଳୟରେ ୧୫ଜଣ ମନ୍ତ୍ରୀଙ୍କୁ ମିଳିଲା ଚାମ୍ବର

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ବିଜେପି ସରକାରର ମନ୍ତ୍ରୀମାନଙ୍କୁ  ଲୋକସେବା ଭବନରେ ରୁମ୍ ଆବଂଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ସାମିଲ ମୋଟ ୧୫ଜଣ ମନ୍ତ୍ରୀଙ୍କୁ  ଲୋକସେବା ଭବନର ମନ୍ତ୍ରୀ କରିଡ଼ରର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଫିସ୍ ଚାମ୍ବର ମିଳିଛି । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ନିଜେ ବସିବେ ଓ ଦ୍ୱିତୀୟ ମହଲାରେ ୬ଜଣ ମନ୍ତ୍ରୀଙ୍କ ଚାମ୍ବର(ଅଫିସ) ରହିବ ବୋଲି ଜଣାପଡ଼ିଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ  ଦ୍ୱିତୀୟ ମହଲାର ମନ୍ତ୍ରୀ କରିଡରରେ ରୁମ୍ ନମ୍ବର ୨୩ ଓ ୨୪ ଆବଂଟିତ ହୋଇଛି । ସେହିପରି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଦ୍ୱିତୀୟ ମହଲାରେ ରୁମ୍ ନମ୍ବର ୨ ଓ ୩,  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦ୍ୱିତୀୟ ମହଲାର ରୁମ୍ ନମ୍ବର ୪ ଓ ୫ , ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ମହଲାର ରୁମ ନମ୍ବର ୧୦ ଓ ୧୧, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ରୁମ୍ ନମ୍ବର ୧୯ ଓ ୨୦, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ରୁମ ନମ୍ବର ୨୧ ଓ ୨୨ ଆବଂଟିତ ହୋଇଛି ।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲୋକସେବା ଭବନର ପ୍ରଥମ ମହଲାର ମନ୍ତ୍ରୀ କରିଡ଼ରରେ ରୁମ ନମ୍ବର ୧୬,୧୭ ଓ ୧୮ ନମ୍ବର ରୁମ୍ ଆଂବଟିତ ହୋଇଛି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧୯,୨୦ ଓ ୩ ନମ୍ବର ରୁମ୍ ଦିଆଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧ ଓ ୨, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୮ ଓ ୧୩, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କୁ ପ୍ରଥମ ମହଲାର ରୁମ୍ ନମ୍ବର ୬ ଓ ୭, ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ପ୍ରଥମ ମହଲାର ରୁମ୍ ନମ୍ବର ୧୧ ଓ ୧୨, ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରଥମ ମହଲାର ରୁମ ନମ୍ବର ୧୪ ଓ ୧୫ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ପ୍ରଥମ ମହଲାର ରୁମ୍ ନମ୍ବର ୪ ଓ ୫ ଆବଂଟିତ ହୋଇଛି ।

ଏହିସବୁ ରୁମ୍ ଆବଂଟିତ ହେବାପରେ ଖୁବଶୀଘ୍ର ମନ୍ତ୍ରୀମାନଙ୍କ ହିସାବରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ମରାମତି ଓ ନବୀକରଣ କାର୍ୟ୍ୟ କରାଯିବ । ତା’ପରେ ମନ୍ତ୍ରୀମାନେ ଏଠାରେ ନିଜର କାର୍ୟ୍ୟ ଆରମ୍ଭ କରିବେ ।