ଦୁବାଇରେ ଲାଗି ରହିଛି ତୁହାକୁ ତୁହା ବର୍ଷା : ରେଡ ଆଲର୍ଟ ଜାରି

ଦୁବାଇରେ ଲାଗି ରହିଛି ତୁହାକୁ ତୁହା ବର୍ଷା : ରେଡ ଆଲର୍ଟ ଜାରି

ଲଗାଣ ବର୍ଷା ଯୋଗୁ ବେହାଲ ହେଲାଣି ଦୁବାଇ । ଦୁବାଇରେ ୨୪ ଘଣ୍ଟାରେ ହୋଇଥିବା ବର୍ଷାର ପରିମାଣ ବର୍ଷକ ମଧ୍ୟରେ ହେଉଥିବା ବର୍ଷାର ପରିମାଣଠୁ ଯଥେଷ୍ଟ ଅଧିକ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଅତ୍ୟଧିକ ବର୍ଷା ଯୋଗୁ ରାସ୍ତା, ଘାଟ, ବିମାନବନ୍ଦର ଆଦି ଜଳମଗ୍ନ ହୋଇ ଯାଇଛି। ଏହାବାଦା ଘର ସହ ଆପାର୍ଟମେଣ୍ଟ, ମଲ୍‌ରେ ବି ଆଣ୍ଠୁଏ ଉଚ୍ଚର ପାଣି ପଶିଛି।

ଦୁବାଇରେ ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ମଙ୍ଗଳବାର ପର୍ଯ୍ୟନ୍ତ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ସୋମବାରଠୁ ମଙ୍ଗଳବାର ମଧ୍ୟରେ ଦୁବାଇରେ ୨୪ ଘଣ୍ଟାରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 

 ଏଥିଯୋଗୁ ବହୁ ବିମାନ ଚଳାଚଳକୁ ବାତିଲ କରି ଦିଆଯାଇଛି। ଦୁବାଇରୁ ଭାରତ, ପାକିସ୍ତାନ, ଲଣ୍ଡନ ଯିବାକୁ ଥିବା ବହୁ ଫ୍ଲାଇଟ୍‌କୁ ବାତିଲ କରି ଦିଆଯାଇଛି ନଚେତ ତାହା ବିଳମ୍ବରେ ଯିବ ବୋଲି ସୂଚନା ଦିଅଯାଇଛି।   ରାସ୍ତା ଜଳମୟ ହୋଇଥିବା ବେଳେ ଗାଡ଼ିଗୁଡ଼ିକ ଅଟକି ରହିଛି ।

ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି କରି ଖୁବ୍‌ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁ ଓମାନରେ ୧୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ଏଥିସହ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି।