୫-ଟି ମାର୍ଫତରେ ବ୍ୟାପକ ଦୁର୍ନୀତି, ଟାଇଲ ଓ ରଙ୍ଗ ବୋଳି ଲୁଟିଲେ ୪୭ ଲକ୍ଷ ୫୦ ହଜାର
ାା ପ୍ରଭାନୁ୍ୟଜ ।ା କାଳିଆପାଣି: କାଳିଆପାଣି ଖଣି ଅଞ୍ଚଳ ସ୍ଥିତ କାଟେପୂର୍ତ୍ତି ନଗର ସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ଆଳରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ସୁକିନ୍ଦା ବ୍ଲକ ରାଁଶୋଳ ପଞ୍ଚାୟତ ଅନ୍ତର୍ଗତ କଲରଙ୍ଗୀ ଅତା ମୌଜାରେ କତେପୂର୍ତ୍ତି ନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ଚଳିତ ବର୍ଷ ଫେବ୍ରୁଆରି ମାସ ୨ ତାରିଖରେ ବିଦ୍ୟାଳୟ ନିମନ୍ତେ ନବୀନ ସରକାରଙ୍କ ୫-ଟି ଅଧୀନରେ ୪୭ଲକ୍ଷ ୫୦ହଜାର ଟଙ୍କାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଥିଲା ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା, ପଞ୍ଚାୟତ ସମିତି ସୁକିନ୍ଦା ଅଧିନରେ ଏହି ପ୍ରାଥମିକ ବିଦ୍ୟାଳୟର ଉନ୍ନତି କରଣ ନିମନ୍ତେ ଉକ୍ତ ଅଟକଳ ରାଶି ଫଳକରେ ଉଲ୍ଲେଖ କରାଯାଇଅଛି । କିନ୍ତୁ ଅତି ଆଶ୍ଚର୍ଯ୍ୟ କଥା ଦୀର୍ଘ ୬ ମାସ ବିତିଯାଇଥିଲେ ସୁଦ୍ଧା ଠିକାଦାର କେବଳ ସ୍କୁଲ ପରିସର ମଧ୍ୟରେ ମାତ୍ର କିଛି ଟାଇଲ ବିଛେଇ ଉଭାନ ହୋଇଯାଇଛନ୍ତି । ଏହି ସ୍କୁଲ କମିଟିର ସମ୍ପାଦକ ଅଜୟ କାରୁଆ, ସଭାପତି ଟିମ୍ପୁ ପୂର୍ତ୍ତି ଏବଂ କମିଟିର ଅନ୍ୟ ସଦସ୍ୟ ଅଭିଯୋଗ ଆଣିଛନ୍ତି ଯେ ଠିକାଦାର ଅଳ୍ପ କିଛି କାମକରି ଅଟକଳ ରାଶିର ସବୁତକ ଅର୍ଥ ହଡପ କରି ନେଇଛନ୍ତି । ସେମାନଙ୍କ ଅଭିଯୋଗ ଯେ ଠିକାଦାର ସ୍କୁଲ ସାମ୍ନାରେ ୧୦ ଫୁଟ ଓସାରର ଏକ ଟାଇଲ ବିଛା ହୋଇଥିବା ରାସ୍ତାଟିକୁ ସ୍କୁଲ ଫାଟକ ପର୍ଯ୍ୟନ୍ତ ନିର୍ମାଣ କରିଛନ୍ତି ଏବଂ ସ୍କୁଲ ଗୃହର ସମ୍ମୁଖରେ କିଛି ନିମ୍ନ ମାନର ଟାଇଲ ବିଛାଇ ଅଛନ୍ତି । ସ୍କୁଲ ବାରଣ୍ଡାକୁ ଲାଗି ରହିଥିବା ଜାଗାଟିକୁ କେବଳ ଇଟା ବିଛାଇ ଚାଲିଯାଇଛନ୍ତି । ତେବେ ଏଥିରେ ବିଭାଗୀୟ ଅଧିକାରୀ, ଠିକାଦାର ମିଳିମିଶି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଥିବାର ସନେ୍ଦହ ପ୍ରକଟ କରିଛନ୍ତି ସ୍କୁଲ କମିଟିର ସଦସ୍ୟ । ଆହୁରି ମଧ୍ୟ ଏମାନେ ସନେ୍ଦହ ପ୍ରକଟ କରିଛନ୍ତି ଯେ ଏହି ବିଦ୍ୟାଳୟଟି ମଧ୍ୟରେ ଏକ ପୁରାତନ ସ୍କୁଲ ଗୃହ ରହିଛି ଯାହାକୁ ସମ୍ପୂର୍ଣ୍ଣ ଭାଙ୍ଗି ସେହି ସ୍ଥାନରେ ଆଉ ଏକ ନୂତନ ସ୍କୁଲ ଗୃହ ନିର୍ମାଣ ହେବାପାଇଁ କମିଟି ପକ୍ଷରୁ ଦାବିକରାଯାଇଥିଲା । ହେଲେ ତାକୁ ନକରି ସ୍କୁଲ ପରିସରରେ ଟାଇଲ ବିଛାଇବାର କିଛି ରହସ୍ୟ ରହିଛି ? ଯାହାର ତଦନ୍ତଆବଶ୍ୟକ ବୋଲି ଦାବି କରିଛନ୍ତି । ସାଧାରଣରେ ମଧ୍ୟ୍ୟ ଚର୍ଚ୍ଚା ଯେ ଏହି ବିଦ୍ୟାଳୟଟି ନୂତନ ସ୍କୁଲ ଗୃହ ନିମନ୍ତେ ମଞ୍ଜୁର ହୋଇଥିବା ଅଟକଳ ରାଶିକୁ ପ୍ରଥମେ ସ୍କୁଲ ନିର୍ମାଣ ନକରି ବିଭାଗୀୟ ଅଧିକାରୀ ଏହାର ପରିସର ମଧ୍ୟରେ ରାସ୍ତା ନିର୍ମାଣ ନିମନ୍ତେ ଠିକାଦାରଙ୍କୁ କିପରି ଅନୁମତି ଦେଲେ । ଠିକାଦାର, ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସହଭାଗିତାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଥିବା ବେଳେ ଭିଜିଲାନ୍ସ ତଦନ୍ତ ହେବାକୁ ଦାବି ହୋଇଛି ।