ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

 ନବରଙ୍ଗପୁର : ଓଡ଼ିଶା ସାହିତ୍ୟ ସ୍ୱନକ୍ଷତ୍ର ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ନବରଙ୍ଗପୁର ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ମାଧ୍ୟମିକ ସ୍କୁଲ ଠାରେ ଅନୁଷ୍ଠିିତ ହୋଇଯାଇଛି  । କନିଷ୍ଠ ବର୍ଗ ଏବଂ ବରିଷ୍ଠ ବର୍ଗ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିବାବେଳେ ଶେଷରେ ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ।  ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତନ୍ମୟ ବେହେରା, ଅନ୍ୟତମ ଅତିଥି ଭାବେ ସ୍କୁଲର ପ୍ରଧାନଶିକ୍ଷକ ଶିବ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ସାଧାରଣ ଜ୍ଞାନରେ ସୁଶ୍ରୀ ରୁବି ସମରଥ, ପ୍ରବନ୍ଧରେ ଅର୍ପିତା ସାହୁ, କବିତାରେ ସୁଶ୍ରୀ ଅର୍ଚ୍ଚିତା ସାହୁ, ବକ୍ତୃତାରେ ସୁଶ୍ରୀ ଏଲିନା ଇସାବେଲ ଖୁରା ଏବଂ ବରିଷ୍ଠ ବର୍ଗରେ ସାଧାରଣ ଜ୍ଞାନରେ ତୁଷାର ରଞ୍ଜନ ସାହୁ, ପ୍ରବନ୍ଧରେ ପି. ଶୁଭଶ୍ରୀ, କବିତାରେ ସିଏସ୍ ତେଜଶ୍ରୀ, ବକ୍ତୃତାରେ ଜଗନ୍ନାଥ ଗୌଡ଼ ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସଭାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପରିଚାଳନା କରିଥିଲେ । ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଠାରେ ଆସନ୍ତା ୧୩ ଏବଂ ୨୦ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।