ଅଧ୍ୟାପକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର
କେନ୍ଦ୍ରାପଡ଼ା : ନିଖିଳ ଓଡିଶା ୬୬୨ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେ୍ଦଶ୍ୟରେ ଏକ ଲିଖିତ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦୀର୍ଘବର୍ଷ ହେଲା ଏହି ବର୍ଗର କଲେଜ ଅଧ୍ୟାପକ/ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନେ +୨ ଓ +୩ କଲେଜ ମାନଙ୍କରେ କାର୍ଯ୍ୟ କରି ଆସୁଥିବା ବେଳେ ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ମାଧ୍ୟମରେ ସେମାନଙ୍କୁ ଅଳ୍ପ କିଛି ପାରିଶ୍ରମିକ ଦେଇ ଆସୁଛନ୍ତି । ମାତ୍ର ଏହି କର୍ମଚାରୀ ମାନେ ଅବସର ନେବାପରେ କୌଣସି ଅବସରକଳୀନ ପେନଶନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନଥିବାରୁ ଦୁସ୍ଥ ପରିସ୍ଥିତିରେ ଜୀବିକା ନିର୍ବାହ କରୁଛନ୍ତି । ଏ ବିଷୟରେ ମୁଖ୍ୟମନ୍ତ୍ରୀ ବିଚାର କରି ଏହି ବର୍ଗର କଲେଜ ଅଧ୍ୟାପକ/ଅଧ୍ୟାପିକା ଓ ଅନ୍ୟ କର୍ମଚାରୀ ମାନଙ୍କ ପ୍ରତି ଅବସର କାଳୀନ ପେନଶନ ଲାଗୁ କରିବା ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ବସନ୍ତ କୁମାର ମିଶ୍ର, ରସାନନ୍ଦ ମହାନ୍ତି, ବିକାଶ ଚନ୍ଦ୍ର ଦାସ, ଭଗବତୀ ରାଉତ, ପୁଷ୍ପିତା ବିଶ୍ୱାଳ, କିନୁ ଚରଣ ପ୍ରଧାନ, ରବିନ୍ଦ୍ର କୁମାର ରାଉତ, ବିଭୂତି ବଳ ପ୍ରମୁଖ ଉପସ୍ଥିତ ଥିଲେ ।