ଟୁଇନ ସିଟିକୁ ଜଗିବ ଏଆଇ କ୍ୟାମେରା

ଟୁଇନ ସିଟିକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ୱର କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଆଡଭାନ୍ସ ଫେସିଆଲ ରିକୋଗନାଇଜ୍ ସିଷ୍ଟମ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକଖିଲାପକାରୀ । ବାୟୋମେଟ୍ରିକ ଏସେସ କଣ୍ଟ୍ରୋଲ ଜରିଆରେ ଅପରାଧୀ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଏବେ ଟୁଇନସିଟିରେ ୧ ହଜାର କ୍ୟାମେରା ଲାଗିଥିଲେ ମଧ୍ୟ ଅଧିକାଂଶ ଖରାପ ହୋଇଥିବା ଦେଖାଯାଇଛି । ତେଣୁ ଟେକ୍ନୋଲୋଜି ଜରିଆରେ ଅପରାଧ କମାଇବା ସହ ଅପରାଧୀଙ୍କୁ ଧରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର। ଏହାଛଡ଼ା ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ଵ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରୀଟି ଗାର୍ଡ ମୁତୟନ ନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଉଛି । ଆଇନଶୃଙ୍ଖଳା ବ୍ୟବସ୍ଥାରେ ସାଧରଣ ଲୋକଙ୍କ ଭାଗିଦାରୀ ବଢ଼ାଇବା ଉପରେ ଅଧିକ ଫୋକସ ରହିଛି ।