ପ୍ରେମ ନିବେଦନ ଗ୍ରହଣ କଲେନି ଯୁବତୀ; ଗଳା କାଟି ମାରିଦେଲା ପ୍ରେମୀ

ପ୍ରେମ କାରଣରୁ ଜଣେ ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଯୁବତୀ ଜଣଙ୍କ ହେଲେ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗାଁର ଜଣେ ୨୫ ବର୍ଷୀୟ ଯୁବତୀ ବୋଲି ଜଣାପଡିଛି । ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ । ଆଜି ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ । ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତ ଦୁଇଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।