ଏଆଇସିସିର ନୂଆ ଟିମରେ ଓଡ଼ିଶାରୁ ସପ୍ତଗିରି
AICC Odisha Congress

।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଏବେ କଂଗ୍ରେସ ଦେଶର ବିଭିନ୍ନ ରାଜ୍ୟରେ ସଂଗଠନକୁ ମଜବୁତ୍ କରିବା ପାଇଁ ରଣନୀତି କରିଛି । ଆଜି ଏଆଇସିସି ପକ୍ଷରୁ ଅନେକ ନେତାଙ୍କୁ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି । ପ୍ରଭାରୀଙ୍କ ସହ ମିଶି ସେମାନେ କାମ କରିବେ । ଓଡ଼ିଶା ଦାୟିତ୍ୱରେ ମହମ୍ମଦ ସାହାନୱାଜ୍ ଓ ରୋସେଲିନା ତିର୍କୀ ରହିଛନ୍ତି । ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଝାରଖଣ୍ଡର ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏଆଇସିସି ପକ୍ଷରୁ ଜାରି ପ୍ରେସବିଜ୍ଞପ୍ତି ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଦାୟିତ୍ୱରେ ଗଣେଶ କୁମାର ଯାଦବ, ଡକ୍ଟର ପଲକ ବର୍ମା, ଅରୁଣାଚଳ ପ୍ରଦେଶ ଦାୟିତ୍ୱରେ ଶୁଭଙ୍କର ସରକାର ଓ ମାଥ୍ୱି ଆଂଟୋନି ରହିବେ । ଅପରପକ୍ଷରେ ଆସାମ ପାଇଁ ପୃଥ୍ୱୀରାଜ ସାଥେ, ଜିତେନ୍ଦ୍ର ବାଘେଲ, ବିହାର ନିମନ୍ତେ ଦେବେନ୍ଦ୍ର ଯାଦବ, ସୁଶୀଲ କୁମାର ପାଶି, ସାହାନୱାଜ ଆଲାମ୍, ଛତିଶଗଡ଼ ପାଇଁ ଏସଏ ସମ୍ପଥ କୁମାର ଓ ଶ୍ରୀଜିତା ଲେତଫଲଙ୍ଗଙ୍କୁ ଦାୟିତ୍ୱ ମିଳିଛି । ଗୋଆ ଦାୟିତ୍ୱରେ ଅଞ୍ଜଳୀ ନିମ୍ବାଲକର, ଗୁଜୁରାଟ ଦାୟିତ୍ୱରେ ରାମକିଷନ ଓଝା, ଉଷା ନାଇଡୁ, ଭୂପେନ୍ଦ୍ର ମାରାଭି, ସୁଭାଷିନୀ ଯାଦବ, ହରିୟାଣା ପାଇଁ ମନୋଜ ଚୌହ୍ୱାନ, ପ୍ରଫୁଲ୍ଲ ବିନୋଦରାଓ ଗୁଡ଼ାଢେ଼, ହିମାଚଳ ନିମନ୍ତେ ଚେତନ ଚୌହ୍ୱାନ, ଭିଦିତ ଚୌଧୁରୀ, ଝାରଖଣ୍ଡ ଦାୟିତ୍ୱରେ ସପ୍ତଗିରି ଓ ଶିରିବେଲା ପ୍ରସାଦ ରହିଛନ୍ତି ।
ଅପରପକ୍ଷରେ କର୍ଣ୍ଣାଟକ ପାଇଁ ରୋଜି ଏମ ଜନ, ମୟୂର ଏସ ଜୟକୁମାର, ଅଭିଷେକ ଦତ, ପି.ଗୋପି, କେରଳ ନିମନ୍ତେ ପିଭି ମୋହନ, ଭିକେ ଆରିବାଜଖାନ, ମନସୁର ଅଲ୍ଲୀ ଖାନ, ମଧ୍ୟପ୍ରଦେଶ ନିମନ୍ତେ ସଂଜୟ ଦତ, ଚନ୍ଦନ ଯାଦବ, ଆନନ୍ଦ ଚୌଧୁରୀ ରହିଛନ୍ତି । ମହାରାଷ୍ଟ୍ର ନିମନ୍ତେ ବିଏମ ସନ୍ଦୀପ, କ୍ୱାଜି ନିଜାମୁଦ୍ଦିନ, କୁନାଲ ଚୌଧୁରୀ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି ।