ରାଜ୍ୟରେ ହେବନାହିଁ ନିଶା ନିବାରଣ
Exciese Policy Odisha
।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର : ଓଡ଼ିଶାରେ ସମ୍ପୂର୍ଣ୍ଣ ନିଶା ନିବାରଣ ହେବନାହିଁ । ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ନୂଆ ସରକାର ଆସିବା ପରେ ରାଜ୍ୟରେ ନିଶା ନିବାରଣ ହେବବୋଲି ଚର୍ଚ୍ଚା ହେଉଥିଲା । ଏପରିକି ମଦ ବନ୍ଦ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ସଭାରେ ସୂଚନା ଦେଇଥିଲେ । ମଦ ବିରୋଧୀ ଆନ୍ଦୋଳନକାରୀମାନେ ମଧ୍ୟ ଏହାକୁ ସ୍ୱାଗତ କରିଥିଲେ । ତେବେ ସମ୍ପ୍ରତି ରାଜ୍ୟ ସରକାର ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅବକାରୀ ରାଜସ୍ୱ ୧୫% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ବାର୍ଷିକ ୮ ହଜାର କୋଟି ଟଙ୍କାର ଟିକସ ଅବକାରୀ ସୂତ୍ରରୁ ରାଜ୍ୟ ସରକାର ପାଉଛନ୍ତି । ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ପୂର୍ବ ସରକାର ଓ ବର୍ତମାନର ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ବୁଦ୍ଧୀଜୀବୀ ମହଲରେ ମତପ୍ରକାଶ ପାଇଛି ।