ସିରିଆ ଅସ୍ତ୍ରାଗାର ଉପରେ ଏୟାର୍ଷ୍ଟ୍ରାଇକ୍
ଡାମସ୍କସ୍: ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ୍ର ବିଦ୍ରୋହ ଯୋଗୁ ଏବେ ସିରିଆ ଅଶାନ୍ତ ହୋଇପଡ଼ିଛି । ହୟାତ ସହଜ ଏବେ ତାହିର ଅଲ-ଶାମ (ଏଚଟିଏସ)ର କବଜାରେ ରହିଛି । ସିରିଆକୁ ଏଚଟିଏସ ଦଖଲ କରିବା ପରେ ରାଷ୍ଟ୍ରପତି ବଶାର ଅଲ-ଅସଦ ଏବଂ ତାଙ୍କ ପରିବାର ଏବେ ରୁଷ୍ର ଶରଣାପନ୍ନ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ପଳାୟନ ପରେ ଆମେରିକା ଓ ଇସ୍ରାଏଲ ମିଶି ସିରିଆର ଏକ ସାମରିକ ଘାଟି ଓ ରାସାୟନିକ ଅସ୍ତ୍ରଶସ୍ତ୍ର କାରଖାନା ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛନ୍ତି । ସିରିଆର ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଯେପରି ବିଦ୍ରୋହୀଙ୍କ ହାତରେ ନ ପଡ଼େ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ସେପଟେ ଇସ୍ରାଏଲ ସେନା ମଧ୍ୟ ସ୍ଥଳଭାଗରୁ ସିରିଆ ସୀମାରେ ପ୍ରବେଶ କରି ଗୋଲାନ ହାଇଟ୍ସ ନିକଟରେ ଥିବା ସିରିଆ ସୀମାର ୧୦ କିଲୋମିଟର ଭିତରେ ଥିବା ଜମିକୁ ଦଖଲ କରି ବଫର ଜୋନରେ ପରିଣତ କରିଛି । ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲ୍ ଏଭଳି ପଦକ୍ଷେପ ନେଇଥିବା କହିଛି । ତେବେ ୧୯୭୪ ଚୁକ୍ତି ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ସିରିଆରେ ପଶିଥିବା ଜଣାପଡ଼ିଛି ।