ରଥ ଉପରେ କାଳିଆ, ତଳେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି

 କାଳିଆ ସାଆଁନ୍ତ ସବୁ ବାଡ଼ ବନ୍ଧନକୁ ଭାଙ୍ଗି ବର୍ଷର ଥରେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଖକୁ ଚାଲି ଆସନ୍ତି ମହାପ୍ରଭୁ। ଆଉ ଭକ୍ତ ବତ୍ସଳ ତାଙ୍କୁ କୁଣ୍ଢାଇ ପକାଇ ନିଜ ମନ ଭିତରେ ଥିବା ସବୁ ଦୁଃଖ ଓ ବେଦନା ଜଣାଇଥାଏ। ତା’ପରେ ମହାପ୍ରଭୁଙ୍କ ସେହି ରଥକୁ ଲୋତକଭରା ଆଖିରେ ଟାଣିନେଇଯାଏ ଜନ୍ମ ବେଦୀକୁ। ହେଲେ ଇଏ କ’ଣ ବିଚିତ୍ର ଚିତ୍ର? ଗୁଣ୍ଡିଚା ମନ୍ଦିର ଆଗରେ ରଥ ଉପରେ ବସିଛନ୍ତି ବିଶ୍ୱ ନିୟନ୍ତା କାଳିଆ ସାଆଁନ୍ତ। ଆଉ ତାଙ୍କ ଆଖି ଆଗରେ ପିଟାପିଟି ଲାଗୁଛନ୍ତି ଦୁଇ ସେବାୟତ ଗୋଷ୍ଠୀ। ବିବାଦ ଯୋଗୁ ରାତି ୩ଟାରେ ଗୁଣ୍ଡିଚା ମନ୍ଦିରକୁ ଗଲେ ତିନି ଠାକୁର। ଏପରି ଚିତ୍ର ଯାଜପୁର ଜିଲ୍ଲା ସୁକିନ୍ତା ଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି।

ପ୍ରତିବର୍ଷ ପରି ଚଳିତବର୍ଷ ସୁକିନ୍ଦା ଶ୍ରୀଜଗନ୍ନାଥ ମନ୍ଦିରରେ ମହା ଆଡମ୍ବରରେ ରଥ ଯାତ୍ରା ହୋଇଥିଲା। ସୋମବାର ସନ୍ଧ୍ୟା ବେଳେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା ରଥ। ତା’ପରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିର ପହଣ୍ଡି ଆରମ୍ଭ ହେବା କଥା। ହେଲେ ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମତଭେଦ ଯୋଗୁ ଆରମ୍ଭ ହୋଇପାରିଲାନି ପହଣ୍ଡି। ବିବାଦ ଯୋଗୁ ପହଣ୍ଡ କରାଉଥିବା ସେବାୟତମାନେ ଠାକୁରଙ୍କୁ ରଥ ଉପରେ ଛାଡ଼ି ଘରକୁ ପଳାଇଗଲେ। ଦୀର୍ଘ ସମୟ ଧରି ତିନି ଠାକୁର ରଥ ଉପରେ ରହିଲେ।