ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ: ଗଣିଲେ ସରକାରଙ୍କ ମୋହନ ସରକାରଙ୍କ ସଫଳତା
ଭୁବନେଶ୍ୱର: ଗୁରୁବାର ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଉଛି। ପ୍ରଥମ ଦିନ ଆରମ୍ଭରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଆଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରି ରାଜ୍ୟରେ ଭାଜପା ସରକାରଙ୍କ ଗତ ସାତ ମାସର ଉପଲବ୍ଧିକୁ ସେ ଗଣାଇଥିଲେ। ରାଜ୍ୟପାଳ କହିଥିଲେ, ଓଡ଼ିଶା ଖଣିଜ ସଂପଦରେ ଭରପୂର। ଏହାର ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା। ରାଜ୍ୟରେ ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର ରହିଛି। ଏହିକ୍ରମରେ ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି।