ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନ୍ ୨୦୨୫ରେ ଓଡ଼ିଶା ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୨୭୫୦ କୋଟିରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିବେ । ଏହି କାର୍ଯ୍ୟକ୍ରମ ‘ବିକଶିତ ଭାରତ - ବିକଶିତ ଓଡ଼ିଶା' ସଂକଳ୍ପକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ । ୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ ଏବଂ ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ ।ଏହା ସହିତ, ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ବା ନୂତନ ରେଳ ଲାଇନର ଉଦଘାଟନ କରିବେ । ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ ।ଏହାର ନିର୍ମାଣ ସହିତ, ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ନୂତନ ରେଳ ସେବାର ଶୁଭାରମ୍ଭ କରିବେ । ନୂତନ ଟ୍ରେନ୍ ସେବା ସହିତ ବୋଦ୍ଧ ଜିଲ୍ଲାର ଅଞ୍ଚଳଗୁଡ଼ିକ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ସୁଲଭ ଏବଂ ସୁବିଧାଜନକ ରେଳ ସେବା ପାଇବେ । ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ବିକାଶ ଅଭୂତପୂର୍ବ ଗତି ହାସଲ କରିଛି । ରାଜ୍ୟରେ ରେଳ ନେଟୱାର୍କକୁ ୧୦୦ ପ୍ରତିଶତ ବିଦୁ୍ୟତୀକରଣ କରାଯାଇଛି ଏବଂ ରାଜ୍ୟର ୫୯ଟି ଷ୍ଟେସନକୁ ଆଧୁନିକ ସୁବିଧା ସହିତ ସଜ୍ଜିତ କରି ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଉଛି । ସେହି ସମୟରେ, ରାଜ୍ୟର ୧୭ଟି ଜିଲ୍ଲା ୬ଟି ବନେ୍ଦ ଭାରତ ଟ୍ରେନ୍ ମାଧ୍ୟମରେ ଆଧୁନିକ ରେଳ ଯାତ୍ରାର ଲାଭ ପାଉଛନ୍ତି ।