ଆଇଏଏସସ୍ତରରେ ଅଦଳବଦଳ

IAS resuffle

ଆଇଏଏସସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି  । ୧୯୯୫ ବ୍ୟାଚର ଆଇଏଏସ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ କରାଯାଇଥିବାବେଳେ ୨୦୦୮ ବ୍ୟାଚ ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ସିଟି ଜିଏସଟିର କମିଶନର ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ୨୦୧୦ ବ୍ୟାଚ ଆଇଏଏସ ସୁଧାଂଶୁ ମୋହନ ସାମଲଙ୍କୁ ଓଏମସିର ପରିଚାଳନା ନିର୍ଦ୍ଦେଶକ କରାଯାଇଛି  । ସେହିପରି ୨୦୧୧ ବ୍ୟାଚ ଆଇଏଏସ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି  । ୨୦୧୨ ବ୍ୟାଚ ଆଇଏଏସ ଡକ୍ଟର ପୋମୋ ଟୁଡ଼ୁଙ୍କୁ ଏସଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି  ।
ଅପରପକ୍ଷରେ ୨୦୧୨ ବ୍ୟାଚ୍‌ ଆଇଏଏସ ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରକ୍ତ ସଚିବ ଭାବେ, ୨୦୧୨ ବ୍ୟାଚ୍‌ ଆଇଏଏସ ସିଦ୍ଧାର୍ଥ ଦାସଙ୍କୁ କୋଅପରେଟିଭ ସୋସାଇଟର ରେଜିଷ୍ଟ୍ରାର ଭାବେ, ୨୦୧୩ ବ୍ୟାଚ୍‌ ଆଇଏଏସ ବିଜୟ କୁମାର ପୃଷ୍ଟିଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ, ୨୦୧୩ ବ୍ୟାଚ୍‌ ଆଇଏଏସ ସତ୍ୟବ୍ରତ ରାଉତଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ, ୨୦୧୪ ବ୍ୟାଚର ଆଇଏଏସ ମୋନିକା ପ୍ରିୟଦର୍ଶିନୀଙ୍କୁ ଓଏଲଏମର ମିଶନ ନିର୍ଦ୍ଦେଶିକା ଭାବେ ଅବସ୍ଥାପିତ କରାଯାଇଛି  । ସେହିପରି ଆଇଏଏସ ଦୀପଙ୍କର ମହାପାତ୍ରଙ୍କୁ କ୍ରୀଡ଼ା ନିର୍ଦ୍ଦେଶକ ଏବଂ ଆଇଏଏସ ସ୍ମିତା ରାଉତଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି  ।