ବିରୋଧୀ ଡ୍ରାମା କରୁଛନ୍ତି: ଚିକିଟି ବିଧାୟକ

ବିରୋଧୀ ଡ୍ରାମା କରୁଛନ୍ତି: ଚିକିଟି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ କେବଳ ଡ୍ରାମା କରୁଛନ୍ତି । ଆଜି ଗୃହରେ ବିଜେଡି ସଦସ୍ୟଙ୍କ ତୁମୁଳକାଣ୍ଡରେ ଏଭଳି କହିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ।
ସେ କହିଛନ୍ତି ଯେ  ବିଧାନସଭାରେ ବିରୋଧୀ ଆଲୋଚନା କରିବାକୁ ଚାହୁଁନାହାନ୍ତି । କେବଳ ଡ୍ରାମା କରୁଛନ୍ତି । ମୁଲତବୀ ପ୍ରସ୍ତାବ ଆଣୁଛନ୍ତି କିନ୍ତୁ ଆଲୋଚନା କରୁନାହାନ୍ତି । ବିରୋଧୀ ବିଜେଡି ସଦସ୍ୟ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି ଯାହା ନିନ୍ଦନୀୟ ବୋଲି ଚିକିଟି ବିଧାୟକ କହିଛନ୍ତି । ଏହାଛଡ଼ା ସତ୍ୟର ସାମନା କରିବାକୁ ବିରୋଧୀ ଡରୁଛନ୍ତି ବୋଲି ସେ କହିଛନ୍ତି ।
ପ୍ରକାଶ ଯେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ଚତୁର୍ଥ ଦିନରେ ବି ବିରୋଧୀ ଗୃହକୁ ଚଲାଇ ଦେଇନାହାନ୍ତି । ଫଳରେ ବାଚସ୍ପତି ସୁରମା  ପାଢ଼ୀ ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଗୃହରେ ତୁମୁଳକାଣ୍ଡ ଭିଆଇଛନ୍ତି । ପ୍ରଶ୍ନକାଳରେ ବିଜେଡି ବିଧାୟକ ଗୃହରେ ଅରାଜକତା ଦେଖାଇବା ସହ ତୁମୁଳକାଣ୍ଡ ଭିଆଇଛନ୍ତି । ମହିଳା ବାଚସ୍ପତିଙ୍କ ଆଗରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି । ବାଚସ୍ପତିଙ୍କ ପୋଡ଼ିୟମ ଦଖଲ କରିବାକୁ ବିଜେଡି ବିଧାୟକ ଉଦ୍ୟମ କରିଛନ୍ତି । ଏପରିକି ୨ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଛନ୍ତି । ସେମାନେ ହେଲେ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ୱାଳ । ଚିକିଟି ମଦ ମୃତୁ୍ୟ ମାମଲରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି । ତେବେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ୧୧.୩୦ ଯାଏ ମୁଲତବୀ ଘୋଷଣା କରିଛନ୍ତି ।