ଭୁବନେଶ୍ବର ସାମନ୍ତରାପୁରରେ ଏସବିଆଇ ଏଟିଏମ ଲୁଟ
ରାଜଧାନୀ ଭୁବନେଶ୍ବରରେ ମାତିଲେ ଲୁଟେରା। ଟଙ୍କା ଲୁଟିବା ପାଇଁ ଏଟିଏମ ଆସିଥିଲେ ତାଡି ନେଇଗଲେ ଏଟିଏମ ମେସିନ । ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା । ଆଉ ଶେଷରେ ଭୁବନେଶ୍ବର ଗଙ୍ଗୁଆ ନାଳରୁ ମିଳିଲା ଏଟିଏମ ମେସିନ । ଲୁଟେରାମାନେ ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡି ଦେଇଥିବା ପୋଲିସ ସୂଚନା ଦେଇଛି । ନାଳ ପାଖରେ ଗୋଟିଏ ଡାଲା ଅଟୋକୁ ଜବତ କରିଛି ପୋଲିସ। ଏଟିଏମ ତାଡିଲା ପରେ ଏହି ଅଟୋ ବ୍ୟବହାର କରିଥିବେ ବୋଲି ପୋଲିସ ସନ୍ଦେହ କରୁଛି ।