ସ୍ୱତନ୍ତ୍ର ଟ୍ରେନଗୁଡିକର ଅବଧି ବୃଦ୍ଧି

ସ୍ୱତନ୍ତ୍ର ଟ୍ରେନଗୁଡିକର ଅବଧି ବୃଦ୍ଧି

ଭୁବନେଶ୍ୱର : ଭାରତୀୟ ରେଳବାଇ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଓ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି । ଏହା ଦ୍ୱାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବାରେ ବିଶେଷ ସହାୟକ ହେବ ।

 ୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍‌ ଟ୍ରେନ ନମ୍ବର ୦୨୮୩୨ ଭୁବନେଶ୍ୱର-ଧାନବାଦ ସ୍ପେଶାଲ୍‌ ଫେବୃଆରି ୨୮ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ସେହିଭଳି ଟ୍ରେନ ନମ୍ବର ୦୨୮୩୧ ଧାନବାଦ-ଭୁବନେଶ୍ୱର ସ୍ପେଶାଲ୍‌ ମାର୍ଚ୍ଚ ୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ୦୨୮୩୯/୦୨୮୪୦ ଶାଲିମାର-ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ ଶାଲିମାରରୁ ପ୍ରତି ରବିବାର ଛାଡୁଥିବା ଟ୍ରେନ ନମ୍ବର ୦୨୮୩୯ ଶାଲିମାର-ପୁରୀ ସାପ୍ତାହିକ ସ୍ପେଶାଲ୍‌ ଫେବୃଆରି ୨୨ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ସେହିଭଳି ପୁରୀରୁ ପ୍ରତି ସୋମବାର ଛାଡୁଥିବା ଟ୍ରେନ ନମ୍ବର ୦୨୮୪୦ ପୁରୀ-ଶାଲିମାର ସାପ୍ତାହିକ ସ୍ପେଶାଲ୍‌ ଫେବୃଆରି ୨୩ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ଦ୍ୱି-ସାପ୍ତାହିକ ସ୍ପେଶାଲ୍‌ ଭଞ୍ଜପୁରରୁ ପ୍ରତି ଗୁରୁବାର ଓ ଶନିବାର ଛାଡୁଥିବା ଟ୍ରେନ ନମ୍ବର ୦୮୦୧୧ ଭଞ୍ଜପୁର-ପୁରୀ ସ୍ପେଶାଲ୍‌ ଟ୍ରେନକୁ ଫେବୃଆରି ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ପୁରୀରୁ ପ୍ରତି ଶୁକ୍ରବାର ଓ ରବିବାର ଛାଡୁଥିବା ଟ୍ରେନ ନମ୍ବର ୦୮୦୧୨ ପୁରୀ-ଭଞ୍ଜପୁର ସ୍ପେଶାଲ୍‌ ଟ୍ରେନକୁ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଯାତ୍ରୀମାନଙ୍କୁ ଏହି ସମ୍ପ୍ରସାରଣଗୁଡ଼ିକୁ ଧ୍ୟାନ ଦେବାକୁ ଓ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।