ରାତି ପାହିଲେ ଗଣେଶ ପୂଜା : ଆଗମନ କରିବେ ଗଜାନନ

ରାତି ପାହିଲେ ଗଣେଶ ପୂଜା : ଆଗମନ କରିବେ ଗଜାନନ

ଗୋଟିଏ ଦିନ ପରେ ଗଣେଶ ପୂଜା । ଗଜାନନଙ୍କ ପୂଜା ପାଇଁ ଚାଲିଛି ସବୁଠି ଜୋରଦାର ପ୍ରସ୍ତୁତି । ଭଳିକି ଭଳି ତୋରଣରେ ସଜେଇ ହେଉଛି ଗାଁ ଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ରୂପ ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଉଭୟ କାରିଗର ଓ ପୂଜା କମିଟି ସଦସ୍ୟ । କାରିଗର ବିଭିନ୍ନ ପ୍ରକାର ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଯାହାକୁ ଗ୍ରାହକ ଆଗ୍ରହର ସହ କିଣି ନେଉଛନ୍ତି । ହେଲେ ଏହାରି ଭିତରେ ଅନେକ ସ୍ଥାନରେ କାରିଗରଙ୍କ ଭିତରେ ଦେଖିବାକୁ ମିଳିଛି ଅସନ୍ତୋଷ ।