ଭିଜା କଳା କିସ୍ମିସ୍ ପାଣିର ଉପକାରିତା ଜାଣନ୍ତୁ

ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ କେତେ ହିତକର। ତାହା ଆମ ସମସ୍ତଙ୍କୁ ଜଣା। ଏହା ଶରୀରକୁ ଉର୍ଜା ପ୍ରଦାନ କରିବା ସହ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ। ତେବେ ଏହି ଶୁଖିଲା ଫଳଗୁଡ଼ିକୁ ଯଦି ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ସେବନ କରାଯାଏ, ତେବେ ଏହାର ଲାଭ ଦ୍ୱିଗୁଣିତ ହୋଇଯାଏ। ବିଶେଷକରି, ଭିଜା କଳା କିସ୍ମିସ୍ ଏବଂ ଏହାର ପାଣି ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ ସଦୃଶ। ଆସନ୍ତୁ ଜାଣିବା ଭିଜା କଳା କିସ୍ମିସ୍ ପାଣି ପିଇବାର ଉପକାରିତା ଏବଂ ଅନ୍ୟ ଶୁଖିଲା ଫଳକୁ ଭିଜାଇ ଖାଇବାର ଲାଭ ବିଷୟରେ।
କଳା କିସ୍ମିସ୍ ପାଣି କିପରି ପ୍ରସ୍ତୁତ କରିବେ?
ପ୍ରାୟ ୧୫-୨୦ଟି ଭଲ ମାନର କଳା କିସ୍ମିସ୍କୁ ଭଲଭାବେ ଧୋଇ ଦିଅନ୍ତୁ। ଏହାକୁ ଏକ ଗ୍ଲାସ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳୁ ଉଠି ଖାଲି ପେଟରେ ପ୍ରଥମେ କିସ୍ମିସ୍ଗୁଡ଼ିକୁ ଛାଣି ସେହି ପାଣିକୁ ପିଅନ୍ତୁ ଏବଂ ପରେ ଭିଜିଥିବା କିସମିସଗୁଡ଼ିକୁ ଚୋବାଇ ଖାଆନ୍ତୁ।
:କଳା କିସ୍ମିସ୍ରେ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ। ଯାହା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବଢ଼ାଇବାରେ ସାହାଯ୍ୟ କରେ।ପ୍ରତିଦିନ ଏହାର ପାଣି ପିଇବା ଦ୍ୱାରା ରକ୍ତହୀନତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
- ଏହି ପାଣି ଏକ ପ୍ରାକୃତିକ ଡିଟକ୍ସ ଭାବରେ କାମ କରେ।ଏହା ଶରୀରରୁ ହାନିକାରକ ଟକ୍ସିନକୁ ବାହାର କରି ରକ୍ତକୁ ଶୁଦ୍ଧ କରିଥାଏ, ଯାହାଦ୍ୱାରା ତ୍ୱଚାରେ ଚମକ ଆସେ ଏବଂ ବ୍ରଣ, ଦାଗ ଆଦି ସମସ୍ୟା ଦୂର ହୁଏ।
- କଳା କିସ୍ମିସ୍ରେ ଥିବା ପଲିଫେନଲ୍ସ ଏବଂ ଫାଇବର ଶରୀରରୁ ଖରାପ କୋଲେଷ୍ଟ୍ରଲକମ୍ କରିବାରେ ସାହାଯ୍ୟ କରେ।ଏଥିରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖି ହୃଦଘାତର ଆଶଙ୍କା କମ୍ କରିଥାଏ।
- ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରି କେଶ ମୂଳକୁ ମଜବୁତ କରେ, ଯାହାଦ୍ୱାରା କେଶ ଝଡ଼ିବା କମିଯାଏ।ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବାରେ ସହାୟକ ହୁଏ ।- କଳା କିସ୍ମିସ୍ରେ ଡାଏଟାରୀ ଫାଇବର ଭରପୂର ମାତ୍ରାରେ ଥାଏ।ଭିଜାଇ ଖାଇବା ଦ୍ୱାରା ଏହା ମଳତ୍ୟାଗକୁ ସହଜ କରାଏ ଏବଂ କୋଷ୍ଠକାଠିନ୍ୟ, ଏସିଡିଟି ଓ ଗ୍ୟାସ୍ ଭଳି ସମସ୍ୟାରୁ ଆରାମ ଦିଏ।
- ଏଥିରେ ଭିଟାମିନ୍ ସି ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ।ନିୟମିତ ଏହାର ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।