ବିଜେପିର ମିଶ୍ରଣ ପର୍ବ
ଆସିକା: ଆସିକା ନିର୍ବାଚନ ମଣ୍ଡଳୀର ଟାଉନହଲ ଠାରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକ ଆସିକା ବିଜୁ ପଟନାୟକ ଛକ ଠାରୁ ଏକ ବିରାଟ ପଟୁଆର କରି ଆସିକା ସହର ପରିକ୍ରମା କରିବା ପରେ ବିଜେପି ବିଧାୟକ ସରୋଜ ପାଢୀଙ୍କ ବାସ ଭବନରେ ପହଁଞ୍ଚô ଥିଲେ । ସେଠାରୁ ଏକ ବିରାଟ ପଟୁଆରରେ ଆସିକା ଟାଉନ ହଲ ଠାରେ ବିଧାୟକ ଶ୍ରୀ ପାଢୀଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ପାଢ଼ୀ ଉଦବୋଧନ ଦେଇ କହିଥିଲେ ଗତ ୨୪ବର୍ଷରେ ବିଜେଡ଼ି ସରକାର କିଛି କରିନି କେବଳ ପ୍ରଶାସନ ରାଜରେ ଦୁର୍ନୀତି ହିଁ ଚାଲିଥିଲା ।ବର୍ତମାନ ବିଜେପି ସରକାର ଲୋକଙ୍କ ସରକାର ଅଟେ । ଲୋକଙ୍କ ହିତ ସାଧନ ପାଇଁ ସରକାର କାର୍ଯ୍ୟ କରିବ । ବହୁ ଉର୍ଣ୍ଣତି ମୂଳକ କାର୍ଯ୍ୟ ସବୁ ହେବ ଏହି ପ୍ରତିଶୃତି ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଆସିକା ନିର୍ବାଚନ ମଣ୍ଡଳୀର ୩୯ ଟି ପଞ୍ଚାୟତ ବିଶିଷ୍ଟ ଅଟେ । ତନ୍ମଧ୍ୟରୁ ଆସିକାରେ ୨୭ଟି ପଞ୍ଚାୟତ ଏବଂ କବିସୂର୍ଯ୍ୟନଗର ବ୍ଲକରେ ୧୨ଟି ପଞ୍ଚାୟତ ରହିଛି । ଆସିକା ବ୍ଲକର ୮ ସରପଞ୍ଚ-ମୁନିଗାଡି,ବାଙ୍ଗରଡ଼ା, ବାଲିସିରା, ପାଣ୍ଡିଆପଥର, ଭେଟନଇ, କାଳଷଣ୍ଢପୁର, ଖାରିଆ, ଆଲିପୁର ସରପଞ୍ଚ ଏବଂ ୬- ସମିତିସଭ୍ୟ ମୁନିଗାଡି, ନିମିନା, ବାଲିଛାଇ, ସିଦ୍ଧନଈ, ବାବନପୁର, ଭେଟନଇ ସମିତିସଭ୍ୟ ତଥା ବ୍ଲକ ଉପଧ୍ୟକ୍ଷା ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିଭଳି କବିସୂର୍ଯ୍ୟନଗର ବ୍ଲକର କନିଆଁରୀ, ବରିଡା, ବୋରସିଙ୍ଗି, ସୁବୁଳିଆ, ପାଇକଯମୁନା, ସୁନାପଲ୍ଲୀ ଆଦି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ନିଜ ନିଜ ସମର୍ଥକ ସହ ବିଜେପିରେ ସାମିଲ ହୋଇଛନ୍ତି । ଆସିକା ନିର୍ବାଚନ ମଣ୍ଡଳୀ ଦୀର୍ଘ ଦିନ ହେବ ବିଜେଡିର ଅଭେଦ ଗଡ଼ ଥିବା ବେଳେ ଏବେ ବିଜେପିର ଏପରି ପତିଆରା ବୃଦ୍ଧି ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି ।ଏହି ସମାବେଶରେ ବରିଷ୍ଠ ନେତା ଭଗବାନ ସାହୁ,ଶିବ ନାୟକ,ବିଜୟ ସ୍ୱାଇଁ,ନାରାୟଣ ମୁନୀ,କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ ବିରେନ୍ଦ୍ର ଖଟେଇ,ସତ୍ୟବାନ ସାହୁ ସମେତ ବହୁ ନେତା ଓ କର୍ମୀ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।