‘ସ୍ୱତନ୍ତ୍ର ଓଡିଶା ଗଠନର ଅନ୍ୟତମ କର୍ଣ୍ଣଧାର ବ୍ରଜସୁନ୍ଦର’

 ବିଞ୍ଝାରପୁର:  ମଙ୍ଗଳବାର ସୟଦପୁର ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଉକôଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଭାରପ୍ରାାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାଗରୀକା ନାଥଙ୍କ ସଭାପତିତ୍ୱରେ ବ୍ରଜସୁନ୍ଦର ଦାସଙ୍କ କୃତି ସମ୍ପର୍କୀୟ ଆଲୋଚନାଚକ୍ରରେ ଅଖିଳଚକ୍ରର ସାଧାରଣ ସମ୍ପାଦକ ତଥା ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା ଯୋଗ ଦେଇ କହିଲେ ଯେ ପଣ୍ଡିତ ଉକôଳମଣୀ ଗୋପବନ୍ଧୁ ଦାସ, ମଧୁସୂଦନ ଦାସଙ୍କ ସହିତ ବ୍ରଜସୁନ୍ଦର ଯଦି ସେତେବେଳେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଉକôଳସମ୍ମିଳନୀ ମାଧ୍ୟମରେ ଆନେ୍ଦାଳନ କରି ନଥାଆନ୍ତେ ତେବେ ୧୯୫୪ ମସିହାରେ ସ୍ୱାଧିନତା ପରେ ବି  ସ୍ୱତନ୍ତ୍ର ପ୍ରଦେଶ ଗଠନ କାଳରେ ଏହା ସମ୍ଭବ ହୋଇ ପାରି ନଥାଆନ୍ତା । ଓଡିଆ ଜାତିକୁ ସମ୍ମିଳିତ କରି ଗୋଟିଏ ପ୍ରଦେଶ ଗଠନ ନିମନ୍ତେ ସାଇମନ କମିଶନଙ୍କ ପାଖରେ ଯେଉଁ ଧାରଣା ଦିଆଯାଇଥିଲା ସେଥିରେ ମୁଖ୍ୟ ସୂତ୍ରଧର ଥିଲେ ବ୍ରଜସୁନ୍ଦର ଦାସ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଅଖିଳଚକ୍ରର ସହ ସମ୍ପାଦକ ଏବଂ ସଂଗଠକ ଅଭୟ କୁମାର ଖୁଂଟିଆ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଓଡିଆ ଜାତିର ଗର୍ବ ଗୈ÷ାରବ ହେଉଛନ୍ତି ବ୍ରଜସୁନ୍ଦର ଦାସ । ତାଙ୍କୁ ଉକôଳପ୍ରାଣ କୁହାଯିବାର ଯଥାର୍ଥତା ରହିଛି । ପୁର୍ବସୂରୀଙ୍କ ସ୍ମୃତିକୁ ଆମେ କ୍ରମଶଃ ଭୁଲିଯିବାକୁ ବସିଲୁଣି । ତେବେ ଓଡିଶାବାସୀ ଦେଶ ମିଶ୍ରଣ ଆନେ୍ଦାଳନକାରୀଙ୍କ ସ୍ମୃତିକୁ ବଜାୟ ରଖିବା ଆବଶ୍ୟକ । ସକାଳେ ସ୍କୁଲ ପରିସରରେ ଥିବା ବ୍ରଜସୁନ୍ଦର ଦାସଙ୍କ ପ୍ରତିମୂର୍ତିରେ ଅଖିଳଚକ୍ରର କର୍ମକର୍ତ୍ତା ଓ ପ୍ରଧାନ ଶିକ୍ଷୟିତ୍ରୀ ତଥା ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନାଚକ୍ରରେ ଶିକ୍ଷୟିତ୍ରୀ ପ୍ରେମଲତା ସେଠୀ, ପ୍ରଜ୍ଞାରାଣୀ ସାହୁ,  ଗୀତାଂଜଳୀ ମଲ୍ଲିକ, ରଜନୀ ଦେଇ, ତନ୍ମୟୀ ଜେନା.ଲିଲିପ୍ରଭା ନାଥଶର୍ମ୍ମା.ଶାହିଦା ବେଗମ,  ପୂଜା କମଲ,  ସ୍ୱାଗତିକା ରାାଉତ, ସଂଘମିତ୍ରା ଜେନା, ଶିକ୍ଷକ ହରେଶ  କୁମାର ଦାସ, ସୁବୋଧ କୁମାର ସାହୁ, ବିରଂଚି ନାରାୟଣ ନାୟକ, ବସନ୍ତ କୁମାର ବାରିକ, ଦେବୀପ୍ରସନ୍ନ ଧଳ, ସୈ÷ାଭାଗ୍ୟ କୁମାର ଲେଙ୍କା, ଅଖିଳଚକ୍ର ସଂଗଠକ ସତ୍ୟରଂଜନ ସ୍ୱାଇଁ, ପ୍ରମୁଖ ଯୋଗ ଦେଇଥିଲେ ।